ଧରାପଡିଗଲା ଲୋକ ପାଇଲଟ୍‌ଙ୍କ ମିଛ ଅପହରଣ : ୩ ଗିରଫ, ୫୦ ହଜାର ଟଙ୍କା ସହ କାର୍ ଜବତ

Published By : Prameya-News7 Bureau | June 27, 2024 IST

ରାଉରକେଲା ।୬: ଲୋକ ପାଇଲଟଙ୍କୁ ଅପହରଣ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ସେମାନଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ସହ ଜବତ ହୋଇଛି କଳା ରଙ୍ଗର କାର । ହେଲେ ଲୋକ ପାଇଲଟଙ୍କ ଅପହରଣ ଅଭିଯୋଗ ମିଛ । ଲୋକ ପାଇଲଟ ନିହାର ସରକାର ଗତ ୨୩ ତାରିଖରେ ରାଉରକେଲା ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ୨୨ ତାରିଖ ରାତି ପ୍ରାୟ ୯ଟା ୪୦ରେ ତାଙ୍କୁ ତାଙ୍କ ଘର ଛେଣ୍ଡ ଆରଡ଼ିଏ କଲୋନୀ ନିକଟରୁ ଅପହରଣ କରାଯାଇଥିଲା । ଅପହରଣ କରି ମାଡ଼ମାରି ଅନ ଲାଇନରେ ଟଙ୍କା ଟ୍ରାନ୍ସଫର ସହ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟ୍ ଘଟଣା ସତ ଥିବାବେଳେ ଅପହରଣ ଥିଲା ମିଛ । 

ସୋସିଆଲ ମିଡ଼ିଆରେ ପ୍ରଥମେ ଚାଟିଂ ପରେ ବନ୍ଧୁତ୍ୱ ପରେ ଅପହରଣର ନାଟକ । କୌଣସି କାମରେ ଗିରଫ ତିନିଙ୍କ ସହ ଲୋକ ପାଇଲଟ ନିହାର ସରକାର କାରରେ ବସି ଯାଇଥିଲେ । ଆଉ ପରେ ତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗିରଫ ହୋଇଥିଲା ତିନି ଜଣ ନିହାରଙ୍କୁ ମାଡ଼ ମାଡ଼ି ତାଙ୍କ ଆକାଉଣ୍ଟରୁ ଅନଲାଇନରେ ଟ୍ରାନ୍ସଫର କରିନେଇଥିଲେ ୧ ଲକ୍ଷ ୨୪ ହଜାର ଟଙ୍କା ସହ ନେଇଯାଇଥିଲେ ନିହାର ପିନ୍ଧିଥିବା ସୁନା ଅଳଙ୍କାର । ଫେରାର ତିନି ଜଣଙ୍କୁ ବୁଧବାର ରାଉରକେଲା ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ସଂଗ୍ରାମ କେଶରୀ ପଟ୍ଟନାୟକ, ସ୍ମୁତି ରଞ୍ଜନ ପାଇକରାୟ, ସତ୍ୟ ପ୍ରକାଶ ପ୍ରଧାନ । ଏହି ତିନି ଜଣଙ୍କ ଘର ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅଞ୍ଚଳରେ । ଘଟଣାର ଅଧିକ ତଦନ୍ତ କରୁଛି ରାଉରକେଲା ପୋଲିସ ।

You Can Read :

ଅଲାରନାଥଙ୍କ ଅନବସର ଦର୍ଶନର ପଞ୍ଚମ ଦିନ, ମହାପ୍ରଭୁଙ୍କୁ କରାଗଲା ଚନ୍ଦନ ବେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.