ଯୌତୁକ ପାଇଁ ବଧୂହତ୍ୟା ମାମଲା : ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ

Published By : Prameya-News7 Bureau | August 04, 2024 IST

ଆଠଗଡ଼ ୪।୮: କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ଝାଜିଆ ଗ୍ରାମରେ ଯୌତୁକ ପାଇଁ ବଧୂହତ୍ୟା । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ମ୍ବା ପୋଲିସ । ମୃତକଙ୍କ ପରିବାର ପକ୍ଷରୁ ବଡମ୍ବା ଥାନାରେ ଏତଲା ଦେବା ପରେ ପୋଲିସ ଏକ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ମୃତକଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । 

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡମ୍ବା ଥାନା ଗୋପୀନାଥପୁର ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ଡ଼ାଳୁଆଙ୍କ ଝିଅ ଲିଜା ଡ଼ାଳୁଆ ଝାଜିଆ ଗ୍ରାମର ସର୍ବେଶ୍ୱର ସ୍ୱାଇଁଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ। ବିବାହ ପରଠୁ ଅଧିକ ଯୌତୁକ ଆଣିବାକୁ ଲିଜା ଡାଳୁଆଙ୍କ ସ୍ୱାମୀଙ୍କ ସହିତ ଶାଶୁଘର ଲୋକେ ବାରମ୍ବାର ବାଧ୍ୟ କରୁଥିଲେ । ଯାହା ଫଳରେ ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା । 

ଝଗଡାର ପରିଣାମ ଏତେ ଅଧିକ ହୋଇଯାଇଥିଲା ଯେ ଶନିବାର ବିଳମ୍ବିତ ରାତିରେ ତୁମ ଝିଅ ମରିଯାଇଛି ବୋଲି ତାଙ୍କ ସ୍ୱାମୀ ଲିଜାଙ୍କ ମା’ଙ୍କୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇ ଲିଜାଙ୍କ ପରିବାର ପହଞ୍ଚି ଝିଅର ମୃତଦେହ ଘରେ ପଡିଥିବା ଦେଖି ବଡମ୍ବା ଥାନାକୁ ଖବର ଦେଇଥିଲେ । ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିବା ସହ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବଡମ୍ବା ହସ୍ପିଟାଲକୁ ପଠାଇ ତାଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ବଡ଼ମ୍ବା ଥାନାରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ମୃତ ଲିଜାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି । 

You Can Read:

ବିଜେଡି ଛାଡିଲେ ନୀଳଗିରି ଏନଏସି କାଉନସିଲର, ବିଜେପିରେ ହେଲେ ସାମିଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.