ମା’ ବାଉତୀ ମନ୍ଦିରରୁ ଚୋରି : ୩ ଗିରଫ, ୮ ରୁପା ଆଖି ଜବତ

Published By : Prameya-News7 Bureau | July 25, 2024 IST

ଆଠଗଡ ୨୫ଆଠଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ବାଉତୀ ମନ୍ଦିରରୁ ଚୋରି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ୮ଟି ରୁପା ଆଖି ଉଦ୍ଧାର ହୋଇଛି । 

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଆଠଗଡ଼ ଥାନା ସମ୍ମୁଖରେ ଥିବା ବାଉତୀ ମନ୍ଦିରରୁ ଚୋରି ଅଭିଯୋଗ । ଦୁର୍ବୃତ୍ତ ମାନେ ଠାକୁରାଣୀଙ୍କ ୮ ହଳ ରୁପା ଆଖି, ୪ଟି ସୁନା ଚିତା ଏବଂ ନଗଦ ୭ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ପରେ ଆଠଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଠଗଡ ଉପରସାହିର ନାବାଳକ ବଳଭଦ୍ର ଗଣ୍ଠିଆ ଓରଫ ଭୋଳା, ବୁନୁ ନାଏକ ଏବଂ ମହମ୍ମଦ ସାହିଲ ଓରଫ ରାଜାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା । ସେମାନଙ୍କ ଠାରୁ ୮ଟି ରୁପା ଆଖି ଉଦ୍ଧାର କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ  ମଧ୍ୟରେ ନାବାଳକ ଭୋଳା ଓରଫ ବଳଭଦ୍ର ଗଣ୍ଠିଆକୁ ବାଳ ଅପରାଧ ଅଦାଲତରେ ହାଜର କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଥିବା ବାଙ୍କୀ ଅଞ୍ଚଳର ଦୀପୁ ଫେରାର ହୋଇ ଯାଇଥିବା ବେଳେ ଚୋରି ସାମଗ୍ରୀ ତା ନିକଟରେ ଥିବା ଏବଂ ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଆଠଗଡ଼ ଏସଡିପି ଓ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

You Can Read:

ବର୍ଷାରେ ବେହାଲ ସାହୁପଡା-ଖଜାପଦର ରାସ୍ତା, ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.