ଚନ୍ଦକା ସ୍ଥାନାନ୍ତର ହେଲା ୩ ମାସର ହାତୀ ଛୁଆ ‘ଜଗୁ’, ମଣିଷ ଛୁଇଁ ଦେବାରୁ ମା’ କିମ୍ବା ହାତୀ ପଲ କରିନଥିଲେ ଗ୍ରହଣ

Published By : Prameya-News7 Bureau | November 23, 2024 IST

କେନ୍ଦୁଝର ୨୩।୧୧: କେନ୍ଦୁଝରରୁ ଚନ୍ଦକା ସ୍ଥାନାନ୍ତର ହେଲା ୩ ମାସର ହାତୀ ଛୁଆ ଜଗୁ । ମଣିଷ ଛୁଇଁ ଦେବାରୁ ମା’ କିମ୍ବା ହାତୀ ପଲ ଛୁଆଟିକୁ ଗ୍ରହଣ କରିନଥିଲେ । ବନ ବିଭାଗ ହାତୀ ଛୁଆଟିକୁ ଆଣି କେନ୍ଦୁଝର ପଦ୍ମପୁର ସ୍ଥିତ ମେଘା ନର୍ସରୀରେ ରଖି ତାର ଲାଳନ ପାଳନ କରୁଥିଲେ । ଶନିବାର ତାକୁ ଚନ୍ଦକା ସ୍ଥିତ ରେସ୍କ୍ୟୁ ସେଣ୍ଟରକୁ ପଠାଇ ଦିଆଯାଇଛି । ହାତୀ ଛୁଆଟିକୁ ଯିବା ସମୟରେ ଭାବବିହ୍ୱଳ ହୋଇ ଉଠିଥିଲେ ତାର ଲାଳନ ପାଳନ କରୁଥିବା କର୍ମଚାରୀ I ଲାଗୁଥିଲା ସତେ ଯେମିତି ତାଙ୍କ ଠାରୁ ତାଙ୍କ ନିଜ ଛୁଆଟି ଅଲଗା ହୋଇଯାଉଛି । 

ସୂଚନାଯୋଗ୍ୟ ଯେ, ଚଳିତ ମାସ ୧ ତାରିଖ   ରାତିରେ  ୧୩ ଟିକିଆ ବଣୁଆ ହାତୀ ପଲ ବାମେବାରୀ ସେକ୍ସନରୁ ଆସିଥିଲେ । ଜଗଦଳା ଡ୍ୟାମ୍ ନିକଟ ତେଲଭଙ୍ଗା ଗାଁ ନିକଟରେ ଏକ ନାଳ ପାର ହେଉଥିବା ବେଳେ ୩ ମାସର ହାତୀ ଛୁଆଟି ନାଳ ପାର ହୋଇପାରି ନଥିଲା । ଫଳରେ ହାତୀ ପଲ ତାକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ । ହାତୀ ଛୁଆଟି ଗୋଠ ଛଡା ହୋଇ ଗାଁ ଭିତରକୁ ଆସି ଜଣଙ୍କ ଘର ଭିତରକୁ ପଶିଆସିଥିଲା । ଏହାପରେ ବନ ବିଭାଗ ହାତୀ ଛୁଆଟିକୁ ଉଦ୍ଧାର କରି ପୁଣି ସେହି ଜଙ୍ଗଲକୁ ନେଇ ବାରମ୍ବାର ହାତୀ ପଲରେ ମିଶାଇବାକୁ ଚେଷ୍ଟା କରିଥିଲେ । ଏପରିକି ଦିନ ଓ ରାତି ତମାସା ଥର୍ମାଲ କ୍ୟାମେରା ସାହାଯ୍ୟରେ ହାତୀଙ୍କ ଉପରେ ନଜର ରଖିଥିଲେ   ହେଲେ ବାରମ୍ଵାର ଚେଷ୍ଟା ସତ୍ତ୍ବେ ମା’ ହାତୀ କିମ୍ବା ହାତୀ ପଲ ଛୁଆା ହାତୀଟିକୁ ଗ୍ରହଣ କରିନଥିଲେ ।

You Can Read:

ପ୍ରମିଳାଙ୍କୁ ଜବାବ ଦେଲେ ହିମାଂଶୁ, କହିଲେ- ‘ବରିଷ୍ଠ ବିଧାୟିକା ଭାବରେ ସମ୍ବେଦନଶୀଳ ହେବା କଥା’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.