ପାଣିପାଗ ପୂର୍ବାନୁମାନ ଆହୁରି ଅଧିକ ସୁଦୃଢ଼ ହେବ, ଖୁବ୍‌ଶୀଘ୍ର ଓଡ଼ିଶାରେ ୩ ନୂଆ ରାଡ଼ାର ଲଗାଯିବ

Published By : Prameya-News7 Bureau | October 25, 2024 IST

ନୂଆଦିଲ୍ଲୀ ୨୫।୧୦: ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେଥିପାଇଁ ଓଡ଼ିଶାରେ ଅତ୍ୟାଧୁନିକ ସୂଚନା ପ୍ରଦାନକାରୀ ଆଉ ୩ଟି ରାଡ଼ାର ଲଗାଯିବ । ବାତ୍ୟା ଏବଂ ଅନ୍ୟାନ୍ୟ ପାଣିପାଗ ଜନିତ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ପାଇଁ 

ଖୁବ୍‌ଶୀଘ୍ର ଓଡ଼ିଶାରେ ୩ଟି ନୂଆ ରାଡ଼ାର ଲଗାଯିବ । ଏହା ଦ୍ୱାରା ପ୍ରାକୃତିକ ଦୁର୍ବିପାକ ଆସିବା ପୂର୍ବରୁ ପ୍ରତି ମୁହୂର୍ତ୍ତରେ ସଠିକ୍‌ ତଥ୍ୟ ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରିବ ।

ରାଡ଼ାର ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା, ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ପୂର୍ବରୁ ‌ସୂଚନା ମିଳିଯିବ । ଏହା ସାଧାରଣ ଲୋକଙ୍କ ସହ ଚାଷୀ ଏବଂ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ମାନଙ୍କ ପାଇଁ ଫଳପ୍ରଦ ହେବ । ଏହା ଦ୍ବାରା ସଠିକ୍ ପୂର୍ବାନୁମାନ କରାଯାଇ ଆଲର୍ଟ କରାଯିବ । ଯାହା ଦ୍ବାରା ଅନେକ ଧନଜୀବନ କ୍ଷୟକ୍ଷତିରୁ ସାଧାରଣ ଲୋକଙ୍କୁ ବଞ୍ଚାଇ ଯାଇପାରିବ ।

ତେବେ ଆଉ ୩ଟି ରାଡ଼ାର ସମ୍ବଲପୁର, ଭୁବନେଶ୍ୱର, ବାଲେଶ୍ୱରରେ ଲଗାଯିବ । ସମ୍ବଲପୁର ଏବଂ ବାଲେଶ୍ଵରରେ ବଡ଼ ରାଡ଼ାର ଲଗାଯିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ୨ଟି ରାଡ଼ାର ସିଷ୍ଟମ ପାରାଦୀପ ଏବଂ ଗୋପାଳପୁରରେ ରହିଛି । ଆଉ ୩ଟି ରାଡ଼ାର ଲାଗିଲେ ପାଣିପାଗର ପୂର୍ବାନୁମାନ ଆହୁରି ସଠିକ୍ ହୋଇପାରିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି ।

You Can Read:

ଦୁର୍ବଳ ହୋଇ ଭୀଷଣ ବାତ୍ୟା ‘ଦାନା’ ଅବପାତରେ ପରିଣତ ହୋଇଛି, କମିବାରେ ଲାଗିଛି ପବନର ବେଗ : IMD ଡ଼ିଜି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.