ବିଚ୍ ରାସ୍ତାରେ ଡ୍ୟାନ୍ସରଙ୍କୁ ମାଡ଼, ରାତିର ଅନ୍ଧାରରେ ଲୁଟି ନେଲେ ଟଙ୍କା

NEWS7
three-person-arrest-in-rabi-das-murder-case

ଆଠଗଡ଼ ୦୩।୦୨ : ଡ୍ୟାନ୍ସରଙ୍କୁ ମାଡ଼ । ଆଉ ମାଡ ପରେ ଲୁଟ୍ର ଅଭିଯୋଗ । କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଡ୍ୟାନ୍ସରଙ୍କୁ ମାଡ଼ ପରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଖବର ଅନୁଯାୟୀ, ତିଗିରିଆ ଥାନା ଶୁଣ୍ଠିପାଳ ଗାଁରେ କିଛି ଡ୍ୟାନ୍ସରମାନେ ନିଜ କାମ ସାରି ଫେରୁଥିଲେ। ଏହି ସମୟରେ ଡ୍ୟାନ୍ସରଙ୍କ ଗ୍ରୁପ ଗାଡ଼ିକୁ ୬ରୁ ୭ ଜଣ ଯୁବକ ପ୍ରଥମେ ଅଟକାଇଥିଲେ । ଏହାପରେ ଗ୍ରୁପର ଝିଅମାନଙ୍କୁ ଅସଦାଚରଣ କରିଥିଲେ । ସେମାନେ ବିରୋଧ କରିବାରୁ ସହ ପ୍ରବଳ ମାଡ଼ ମାରିଥିଲେ । ଯେଉଁଥିରେ କିଛି ଡ୍ୟାନ୍ସର ଆହତ ହୋଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।