ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ୩ RI ଓ ଜଣେ PEO

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: ବାତ୍ୟା ‘ଦାନା’ ସମୟରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ୪ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ RI ଓ ଜଣେ PEO ରହିଛନ୍ତି । ଯେଉଁମାନେ କାର୍ଯ୍ୟରେ ଖିଲାପ କରୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବନାହିଁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ତେବେ ଭଲ କାର୍ଯ୍ୟ ପାଇଁ ଅଧିକାରୀଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ସେପଟେ ମନ୍ତ୍ରୀ କହିଛନ୍ତି, ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସ୍ଥିତି, ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବର୍ଷା ଚିନ୍ତା ବଢ଼ାଇଛି । ଜିରୋ କାଜୁଆଲିଟି ମଣିଷ ସହ ପଶୁଙ୍କୁ କରାଯାଇଛି । ୨୨୦୦ ପ୍ରସବ ହୋଇଛି । ଭିତରକନିକା ଗଛଙ୍କୁ ଧନ୍ୟବାଦ । ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା । ଆଶା ଦିଦି ଇତିହାସ ରଚିଲେ । 

ଶୁକ୍ରବାର ପ୍ରାଥମିକ ରିପୋର୍ଟ ଆସିଛି । ଶନିବାର ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । ଜିଲ୍ଲାପାଳ ଓ ୪ ବିଭାଗକୁ ନିଖୁଣ ସର୍ଭେ ପାଇଁ  ନିର୍ଦ୍ଦେଶ ଦିଆଯାଇଛି । ଯାହାର କ୍ଷୟକ୍ଷତି ହୋଇଛି ଯେମିତି ବାଦ ନ ପଡିବେ । କ୍ଷୟକ୍ଷତି ନ ହୋଇ  ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି । ୨ଟି ଟାୱାର ନଷ୍ଟ ହୋଇଛି । ଗୋଟିଏ ଗାଈ ସାପ କାମୁଡାରେ ମରିଛି । ଗୋଟିଏ ଚୋରି ଓ ଅସଦାଚରଣର ରିପୋର୍ଟ ଆସିନି । ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ । ସର୍ଭେ ପାଇଁ କେନ୍ଦ୍ରରୁ ଟିମ୍ ଆସିବେ । ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି । ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ । ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପଶୁ ମାନଙ୍କୁ ଭ୍ୟାକସିନ୍ ପାଇଁ ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ମୟୁରଭଞ୍ଜ ବୁଢାବଳଙ୍ଗକୁ ନଜରରେ ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହେବ ସ୍ଥିତି, ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ : ରାଜସ୍ବ ମନ୍ତ୍ରୀ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.