ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ବିଶାଳ ମହିଳା ସମାବେଶରେ ହେବେ ସାମିଲ

NEWS7
three-students-injured-due-to-contact-with-electric-wire-in-mohana-of-gajapati-district

ଭୁବନେଶ୍ୱର ୦୧।୦୧: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ମାର୍ଚ୍ଚ ମାସରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଭକ୍ତଚରଣ ଦାସ ଏହି ବଡ଼ ସୂଚନା ଓଡ଼ିଶାବାସୀଙ୍କୁ ଦେଇଛନ୍ତି ।

୨୦୨୬ କଂଗ୍ରେସ ପାଇଁ ସମ୍ଭାବନାର ବର୍ଷ ହେବ । ରାଜ୍ୟରେ କଂଗ୍ରେସ ମଜବୁତ ହେବ । ଏଥିଲାଗି ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ। ଏହି ଗସ୍ତ ଅବସରରେ ପ୍ରିୟଙ୍କା ଗାନ୍ଧୀ ବିରାଟ ମହିଳା ସମାବେଶକୁ ସମ୍ବର୍ଦ୍ଧନା କରିପାରନ୍ତି ।

ସେହିପରି ପରବର୍ତ୍ତୀ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ୧୦ ଜିଲ୍ଲାରେ ହେବାକୁ ଥିବା କର୍ମୀ ସମାବେଶରେ ଯୋଗ ଦେବେ । ଏହାସହିତ କର୍ମୀମାନଙ୍କୁ ରାଜ୍ୟରେ କିପରି କଂଗ୍ରେସ ମଜବୁତ୍ ହେବ, ସେନେଇ ଗୁରୁମନ୍ତ୍ରଣା ମଧ୍ୟ ଦେବେ ।