ପୋଲ ଉପରେ ଚାଲିଛି ୪ ଫୁଟର ପାଣି, ନଦୀ ସୁଅରେ ଫସିଲେ ୩ ଯୁବକ

Published By : Prameya-News7 Bureau | August 09, 2024 IST

ଉଦଳା ୯: ପୋଲ ଉପରେ ଚାଲିଛି ୪ ଫୁଟର ପାଣି । ପାଣିରେ ପଡିଛି ସୁଅ । ଅତି ବିପଦସଙ୍କୁଳ ଅବସ୍ଥାରେ ଲୋକେ ପୋଲ ଉପରେ ପାର ହେଉଥିବା ବେଳେ ଘଟିଲା ଅଘଟଣ । ଗୋଟିଏ ବାଇକ୍‌ରେ ଆସି ୩ ଜଣ ଯୁବକ ଉଛୁଳା ନଦୀ ପାଣି ସୁଅରେ ପୋଲ ଉପରେ ପାର ହେଉଥିବା ବେଳେ ପୋଲ ମଝିରେ ପାଣି ସୁଅରେ ଫସିଲେ ୩ ଯୁବକ । ଅଳ୍ପକେ ବର୍ତ୍ତିଗଲା ଜୀବନ । ପୋଲ ଉପରୁ ଭାସିବା ପୂର୍ବରୁ ବଞ୍ଚାଇ ଆଣିଲେ ସ୍ଥାନୀୟ ଯୁବକ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କଇଁସାରୀ ଠାରେ ଥିବା ଜାମୁଘାଟ ପୋଲରେ । 

ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିବା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଦେଓ ନଦୀ ଫୁଲିଥିବା ବେଳେ ଜାମୁଘାଟ ପୋଲ ଉପରେ ଦେଓ ନଦୀର ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି । ଯାହାକି ଜାମୁଘାଟ ପୋଲ ବୁଡିବା ସହିତ ଉଦଳା-ବାଲେଶ୍ୱର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ହେଲେ ଲୋକେ ଉକ୍ତ ପୋଲ ଉପରେ ୪ ଫୁଟ ପାଣିରେ ପସି ନଦୀ ପାର ହେଉଥିଲେ । ୩ ଜଣ ଯୁବକ ଏକ ବାଇକରେ ଆସି ପାଣିରେ ପସି ପୋଲ ପାର ହେବାକୁ ଚେଷ୍ଟା କରିଥିଲେ । ଯାହାକି ପୋଲର ଗୋଟିଏ ମୁଣ୍ଡରୁ ସେମାନେ ପୋଲ ଉପରକୁ ଆସୁଥିବା ବେଳେ ପୋଲ ମଝିରେ ନିଜ ବାଇକ୍ ସହିତ ୩ ଯୁବକ ଫସିଥିଲେ । ୩ ଯୁବକ ନଦୀ ସୁଅରେ ଟଳମଳ ହେବା ସହିତ ଧୀରେ ଧୀରେ ସୁଅ ମୁହଁକୁ ଚାଲିଯାଇଥିଲେ । ସେଠାରେ ୩ ଜଣ ପରସ୍ପରକୁ ଧରି ରଖି ଛିଡା ହୋଇଥିଲେ । ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଯୁବକମାନେ ଯାଇ ନଦୀ ସୁଅରେ ପଶି ୩ ଜଣ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । 

You Can Read:

ବଢିଲା ତେଲିଙ୍ଗିରି ଜଳଭଣ୍ଡାରର ଜଳ ଧାରଣା କ୍ଷମତା, ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.