LIVE TV

ପୋଲିସ ପଞ୍ଝାରେ ଦୁଇ ଡକାୟତ ଗ୍ୟାଙ୍ଗ୍ ସଦସ୍ୟ ; ବନ୍ଧୁକ, ଗୁଳି ସହ ମାରଣାସ୍ତ୍ର ଜବତ

NEWS7
time-is-ripe-my-re-entry-into-aiadmk-has-begun-said-vk-sasikala-

ପୁରୀ ୨୦୧୧ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା । ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ । ଏହି ଡକାୟତି ଗ୍ୟାଙ୍ଗର ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକଚାରୋଟି ଜୀବନ୍ତ ଗୁଳିତିନୋଟି ମାଗାଜିନ୍ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ, ଟାଉନ ଥାନା ଓ ତାଳବଣିଆ ଥାନା ପୋଲିସ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଟାଉନ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଶିବ ନାୟକବାପିନା ନାୟକସତ୍ୟପ୍ରିୟ ପ୍ରତିହାରୀପ୍ରଫୁଲ୍ଲ ସ୍ବାଇଁ ଏବଂ ସୁକାନ୍ତ ନାୟକ । ଏହି ଅଭିଯୁକ୍ତ ମାନେ ଲୋକନାଥ ରୋଡ କୁଶୁନି ଖୁଣ୍ଟିଆ ଜାଗାରେ ଏକତ୍ରିତ ହୋଇ ଏକ ବଡ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ସେହିପରି ପୁରୀ ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଲୋକନାଥ ମିଶ୍ରସନ୍ତୋଷ କୁମାର ମିଶ୍ରକାଳିଆ ପ୍ରଧାନଦୁଃଶାସନ ସାହୁ ଏବଂ ମାନସ କୁମାର ଭୋଇ । ଏହି ଅଭିଯୁକ୍ତ ମାନେ ଭୁଦାନ ଜଙ୍ଗଲରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିଲେ । ତେବେ ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହିତ ଜନସାଧାରଣଙ୍କ ସୁରକ୍ଷାକୁ ପୁରୀ ପୋଲିସ ପ୍ରାଥମିକତା ଦେଉଥିବା ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି ।