ତିରୁପତି ଲଡୁରେ ମାଛ ତେଲ ଏବଂ ପଶୁ ଚର୍ବି ଥିବା ଲ୍ୟାବ ରିପୋର୍ଟରେ ଦାବି, ସିଏମ୍ ନାଇଡୁ ପୂର୍ବ ସରକାର ବିରୋଧରେ ଆଣିଥିଲେ ଅଭିଯୋଗ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିର ପ୍ରସାଦରେ ମାଛ ତେଲ ଏବଂ ପଶୁଙ୍କ ଚର୍ବି ଥିବା ଏକ କଥିତ ଲ୍ୟାବ୍ ରିପୋର୍ଟ ସ୍ପଷ୍ଟ କରିଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରସାଦ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଅଭିଯୋଗ କରିଥିଲେ । ଏବେ ଲ୍ୟାବ୍ ରିପୋର୍ଟ ସାମନାକୁ ଆସିଛି, ଯେଉଁଥିରେ ମାଛ ତେଲ ମିଶିଥିବା ଉଲ୍ଲେଖ କରାଯାଇଛି । ଟିଡିପି ନେତା କହିଛନ୍ତି ଯେ ଲ୍ୟାବ୍ ରିପୋର୍ଟ ଅନୁସାରେ ପ୍ରସାଦ ତିଆରିରେ ବ୍ୟବହାର କରାଯାଉଥିବା ଘିଅରେ ପଶୁଙ୍କ ଚର୍ବି ଏବଂ ମାଛ ତେଲ ମିଳିଛି ।

ଟିଡିପି ମୁଖପାତ୍ର ଅନମ ଭେଙ୍କଟ ରମଣ ରେଡ୍ଡି ଏକ ସାମ୍ୱାଦିକ ସମ୍ମିଳନୀରେ କଥିତ ଲ୍ୟାବ ରିପୋର୍ଟ ଦେଖାଇଛନ୍ତି । କଥିତ ଲ୍ୟାବ ରିପୋର୍ଟରେ ନମୂନାରେ ଲାର୍ଡ (ଘୁଷୁରି ଚର୍ବି ସହ ଜଡ଼ି) ଏବଂ ମାଛ ତେଲ ଥିବା ଦାବି କରାଯାଇଛି ।

 ଅନମ ଭେଙ୍କଣ୍ଟ ରମଣ ରେଡ୍ଡି କହିଛନ୍ତି, 'ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ ଘିଅ ତିଆରି କରିବା ପାଇଁ ପଶୁଙ୍କ ଚର୍ବି ବ୍ୟବହାର କରାଯାଉଛି । ଗୁଜରାଟର ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡକୁ ପଠାଯାଇଥିବୀ ନମୂନା ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ ଘିଅ ପ୍ରସ୍ତୁତିରେ ପଶୁ ଚର୍ବି ଏବଂ ମାଛ ତେଲ ପ୍ରୟୋଗ କରାଯାଇଛି । ଏହା ହିନ୍ଦୁ ଧର୍ମର ଅପମାନ । ଭାଗବାନଙ୍କୁ ତିନିରୁ ଚାରିଥର ଦିଆଯାଇଥିବା ପ୍ରସାଦରେ ଏହି ଘିଅକୁ ବ୍ୟବହାର କରାଯାଉଥିଲା ।'

ସିଏଏଲଏଫ୍ (ପଶୁଧନ ଏବଂ ଖାଦ୍ୟ ବିଶ୍ଲେଷଣ ଏବଂ ଅଧ୍ୟୟନ କେନ୍ଦ୍ର) ଗୁଜରାଟର ଆନନ୍ଦ ସ୍ଥିତ ଏନଡିଡିବି ଏକ ପ୍ରତିଷ୍ଠିତ ଲ୍ୟାବ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ ଯେ ୱାଇଏସଆରସିପି ସରକାର ତିରୁପତି ଲଢୁ ତିଆରିରେ ଖାରପ ସାମଗ୍ରୀ ଏବଂ ପଶୁ ଚର୍ବି ବ୍ୟବହାର କରୁଥିଲେ । ଅନ୍ୟପଟେ ୱାଇଏସଆରସିପି ଗୁରୁବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି । ୱାଇଏସଆର ମୁଖ୍ୟ ଜଗନ ରେଡ୍ଡୀଙ୍କ ଭଉଣୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ ୱାଇଏସ୍ ଶର୍ମିଲା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ବିଏଚପି ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ କହିଛନ୍ତି, ଆନ୍ଧ୍ର ପ୍ରଦେଶର ପୂର୍ବ ସରକାରର ହିନ୍ଦୁ ବିରୋଧୀ କୃତ୍ୟକୁ ସମସ୍ତେ ଜାଣନ୍ତି, କିନ୍ତୁ କେହି ମଧ୍ୟ ଏହା ଆଶା କରିନଥିଲେ ଯେ ସେମାନେ ଏତେ ତଳ ସ୍ତରକୁ ଖସି ଯିବେ । ଏହା ଅତ୍ୟନ୍ତ ସଙ୍ଗୀନ ପ୍ରସଙ୍ଗ, ଯାହାକୁ ଅନ୍ୟ କେହି ନୁହେଁ ବରଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉଠାଇଛନ୍ତି । ତିରୁପତି ଲଡୁ ପ୍ରସାଦରେ ଚର୍ବି ବ୍ୟବହାର କରୁଥିବା ଲୋକଙ୍କୁ ଦଣ୍ଡିତ କରାଯିବା ଦରକାର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.