ମାଆକୁ ହତ୍ୟା କଲା ଦୁଇ ବର୍ଷର ଶିଶୁ, ବୟଫ୍ରେଣ୍ଡକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | December 14, 2024 IST

News7

ନୂଆଦିଲ୍ଲୀ: ମାଆକୁ ହତ୍ୟା କଲା ଦୁଇ ବର୍ଷର ଶିଶୁ। ବୋଧହୁଏ ଏହା ଆପଣ କେଉଁ ଫିଲ୍ମ କାହାଣୀ ପରି ଲାଗୁଥିବ। କିନ୍ତୁ ଏହା ସତ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଆସିଛି ଆମେରିକାର କାଲିଫର୍ନିଆରୁ। ଏଠାରେ ଦୁଇ ବର୍ଷର ଶିଶୁ ହଠାତ୍ ତାଙ୍କ ମା’ଙ୍କୁ ଗୁଳି କରି ହତ୍ୟା କରିଛି। ହେଲେ ପୋଲିସ ତଦନ୍ତ ପୁରା ଘଟଣା ଉପରୁ ଉଠିଛି ପରଦା। 

ଉତ୍ତର କାଲିଫର୍ଣ୍ଣିଆର ଏକ ଆପାର୍ଟମେଣ୍ଟ। ସେଠାରେ ରହୁଥିଲେ ୨୨ ବର୍ଷୀୟ ଜେସିନିୟା ମୀନା। ତାଙ୍କର ମୃତ୍ୟୁ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଜଣାପଡ଼ିଥିଲା ଯେ ମହିଳା ଜଣକ ତାଙ୍କ ପ୍ରେମିକର ପିସ୍ତଲକୁ ଖଟ ଉପରେ ରଖିଥିଲେ। ଖେଳିବାବେଳେ ପିଲାଟି ପିସ୍ତଲକୁ ଧରି ଅଜାଣତରେ ଟ୍ରିଗରକୁ ଦବାଇ ଦେଇଥିଲା। 

ଏହା ପରେ ବୁଲେଟ୍ ସିଧାସଳଖ ମହିଳାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ଏହି ମାମଲାରେ ମହିଳାଙ୍କ ବୟଫ୍ରେଣ୍ଡ ୧୮ ବର୍ଷିୟ ଆଣ୍ଡ୍ରିୟୁ ସଞ୍ଚେଜଙ୍କୁ ପୋଲିସ ଗିରଫ କରିଛି। ପୋଲିସ ମଧ୍ୟ ପିସ୍ତଲ ଜବତ କରିଛି। ପୋଲିସ କହିଛି ଯେ ଯଦି ପିସ୍ତଲ ଉପରେ ରଖାଯାଇଥାନ୍ତା ତେବେ ଏହା ପିଲାଙ୍କ ହାତରେ ନଥାନ୍ତା। ପୋଲିସର ସୂଚନାନୁସାରେ, ସାମାନ୍ୟ ଅବହେଳାରୁ ଏହି ଘଟଣା ଘଟିଥିବା ପୋଲିସ କହିଛି।

କୁହାଯାଉଛି ଯେ ମହିଳା ଏବଂ ତାଙ୍କ ପ୍ରେମିକା ଗତ କିଛି ଦିନ ହେବ ଏହି ଆପାର୍ଟମେଣ୍ଟରେ ରହୁଥିଲେ। ଫ୍ରେସ୍ନୋ ପୋଲିସ ଅନୁଯାୟୀ, ଗତ ସପ୍ତାହରେ ଉଭୟ ବେଡ୍‌ରେ ବିଶ୍ରାମ ନେଇଥିଲେ। ଏହି ସମୟରେ ପିସ୍ତଲଟି ପିଲାଟି ଧରିଥିଲା ଏବଂ ଭୁଲରେ ଏହା ଗୁଳି ଚଳାଇଥିଲା। ଗୁଳିଟି ମହିଳାଙ୍କୁ ସିଧାସଳଖ ତାଙ୍କ ଉପର ଶରୀରରେ ଆଘାତ ହୋଇଥିଲା। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୀନାଙ୍କର ଏକ ୮ ମାସର ଝିଅ ମଧ୍ୟ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.