ପୁରୀ ୧୧।୧୨ : ପୁରୀ ସମୁଦ୍ରରେ ପୁଣି ଅଘଟଣ। ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ। ନିଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ପ୍ରଫୁଲ୍ଲ ମହାଳିକ। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ପ୍ରଫୁଲ୍ଲ ଗତ ୯ ତାରିଖରେ ସାତଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ବୁଧବାର ଦିନ ପୂର୍ବାହ୍ନରେ ଚକ୍ରତୀର୍ଥ ବେଳାଭୂମିରେ ପ୍ରଫୁଲ୍ଲ ତାଙ୍କ ସାଙ୍ଗମାନଙ୍କ ସହ ସମୁଦ୍ରରେ ସ୍ନାନ କରୁଥିଲେ। ସେହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡ଼ି ଆସିବାରୁ ପ୍ରଫୁଲ୍ଲ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ସମୁଦ୍ର ଭିତରେ ବହୁ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କ କୌଣସି ପତ୍ତା ମିଳିନାହିଁ।
ସେପଟେ ଗତ ଏକ ମାସ ମଧ୍ୟରେ ସମୁଦ୍ର ସ୍ନାନ ବେଳେ ତିନିଜଣ ଯୁବକ ନିଖୋଜ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ତେବେ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ନହେବା, ସମୁଦ୍ର ସ୍ନାନ ସମୟରେ ପର୍ଯ୍ୟଟକ ମାନେ କିଭଳି ସଚେତନ ରହିବେ । ସେନେଇ ସାଇନ୍ ବୋର୍ଡ ଲଗାନଯିବା ଏବଂ ନିଶା ସେବନ କରି ସମୁଦ୍ରରେ ସ୍ନାନ କରୁଥିବା ଯୋଗୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି।