ନିର୍ବାଚିତ ଲୋକ ପ୍ରତିନିଧି ଠିକ୍ ଭାବେ ଦାୟିତ୍ୱ ନିର୍ବାହ ନକଲେ ଦାୟିତ୍ୱରୁ ଅପସାରଣ କରାଯିବ : ପରିବହନ ମନ୍ତ୍ରୀ

Published By : Prameya-News7 Bureau | July 12, 2024 IST

ବ୍ରହ୍ମପୁର ୧୨: ଦୀର୍ଘ ମାସର ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମ ପରିଷଦ ବୈଠକ ଅନୁଷ୍ଠିତ । ପରିଷଦ ପକ୍ଷରୁ ନବ ନିର୍ବାଚିତ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ପରିବହନ, ଖଣି, ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୈଠକରେ ଯୋଗଦେଇ ମନ୍ତ୍ରୀ ବେଶ ଖୁସି ଅନୁଭବ କରିଥିଲେ । ଲୋକଙ୍କ ସେବା ଠିକ୍ ଭାବେ କରି ଦାୟିତ୍ୱ ନିର୍ବାହ କରିବା । ନିର୍ବାଚିତ ଲୋକ ପ୍ରତିନିଧି ଯାହାକୁ ଯାହା ଦାୟିତ୍ୱ ମିଳିଛି ସଠିକ୍ ଭାବେ ଦାୟିତ୍ୱ ନିର୍ବାହ କରି ନପାରିଲେ ଦାୟିତ୍ୱରୁ ବିଦା ହେବା ନେଇ ଅଘୋଷିତ ନୋଟିସ ପାଇଛୁ ବୋଲି ବ୍ରହ୍ମପୁର ମହାନଗର ନିଗମ ପରିଷଦ ବୈଠକରେ ଯୋଗଦେଇ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି । ଅଞ୍ଚଳର ବିକାଶ ସହ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବାକୁ ପଡିବ । ଲୋକଙ୍କ ଓ ଅଞ୍ଚଳର ବିକାଶ ନେଇ ଲୋକ ପ୍ରତିନିଧି ଉତ୍ତର ଦାୟୀ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ୩ ମେଡିକାଲ କଲେଜ : ଯାଜପୁର, ତାଳଚେର ଏବଂ କଳାହାଣ୍ଡିରେ ହେବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.