ବୌଦ୍ଧ ୨୬।୧୨ : ବୌଦ୍ଧ ନୂଆପାଲି ଛକ ନିକଟରେ ଅଘଟଣ । ଚଳନ୍ତା ଟ୍ରକରୁ ଖସିଲା ଲୁହା ପୋଲ୍ । ଅଳ୍ପକେ ବର୍ତ୍ତିଗଲେ ଯାତାୟତ କରୁଥିଲେ ଲୋକେ । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଥାନା ନୂଆପାଲି ନିକଟରେ ଏକ ଲୁହା ପୋଲ୍ ବୋଝେଇ ଟ୍ରକ ସୋନପୁର ଅଭିମୁଖେ ଯାଉଥିଲା । ଏହି ସମୟରେ ଟ୍ରକର ଡାଲାରେ ବନ୍ଧା ହୋଇଥିବା ଚେନ୍ ହଠାତ୍ ଛିଣ୍ଡି ପଡିଥିଲା । ଯାହାଫଳରେ ଚଳନ୍ତା ଟ୍ରକରୁ ବଡ଼ ବଡ଼ ଲୁହା ପୋଲ୍ ଖସି ରାସ୍ତାରେ ପଡିଥିଲେ । ଯାହାଫଳରେ ରାସ୍ତାରେ ଯାତାୟତ କରୁଥିବା ଗାଡି ମଟର ସବୁ ଅଟକି ରହିଥିଲା । ଏପିରିକି ସେହି ରାସ୍ତାରେ ଯାଉଥିବା ଲୋକ ମଧ୍ୟ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ।
ସେପଟେ ରାସ୍ତା ଉପରେ ଲୁହ ପୋଲ ସବୁ୍ ପଡିଛି । ଯାହାଫଳରେ ଜାତୀୟ ରାଜପଥ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ମନମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।