ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | July 18, 2024 IST

ଢେଙ୍କାନାଳ ୧୮: ଜାତୀୟ ରାଜପଥ ୫୫ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଚିନ୍ତାପୋଖରୀ ଛକ ନିକଟରେ ଏକ ବାଇକ୍ ଉପରେ ପଛରୁ ଯାଉଥିବା ଏକ ଟ୍ରକ ଚଢି଼ ଯାଇଛି । ଫଳରେ ଦୁର୍ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁଇ ଜଣ ଅନୁଗୋଳ ଏଚଡିଏଫସି ବ୍ୟାଙ୍କର ମ୍ୟାନେଜର ସୁବ୍ରତ ମହାପାତ୍ର ଓ ତାଙ୍କ ଲୋନ ଅଫିସର ପିନୁ ଧଳ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଉଭୟେ କଟକରୁ ଅନୁଗୋଳକୁ ଯାଉଥିବା ବେଳେ ଚିନ୍ତା ପୋଖରୀ ନିକଟରେ ପଛରୁ ଯାଉଥିବା ଏକ ଟ୍ରକ ତାଙ୍କ ବାଇକ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା  ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ଦୁର୍ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ମୋଟଙ୍ଗା ପୋଲିସ ଜବତ କରିଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି ।

You Can Read:

ବିଷାକ୍ତ ଛତୁ ଖାଇ ଦେଢ଼ ବର୍ଷର ଶିଶୁ କନ୍ୟା ସମେତ ୪ ଗୁରୁତର, ସମସ୍ତେ ଗୋଟିଏ ପରିବାରର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.