ଭୁବନେଶ୍ବର ୧୫।୧୦: ଭୁବେନେଶ୍ୱର ବିଜେଡିରେ ଠିକ୍ ନଥିବା ଇସାରା ଦେଲେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପୁକାର । ଆମ ପ୍ରତି ଯେଉଁ ଅନ୍ୟାୟ ହୋଇଛି, ବିଗତ ଦିନ ମାନଙ୍କରେ ଯେଉଁ ୨ ଜଣ ନିଜକୁ ଭୁବନେଶ୍ଵରର ମାଲିକ ଭାବି ଅନେକ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଦଳ ନୋଟିସ୍ କରୁ । ନିର୍ଦ୍ଦିଷ୍ଟ ଭାବେ ବିଗତ ୪ ବର୍ଷ ହେବ ଆମକୁ ମାନସିକ ନିର୍ଯାତନା ଦିଆଯାଉଥିଲା ସେ ବିଷୟରେ ଆମେ ଉତ୍ତର ରଖିଛୁ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ପୁଣି ମଧ୍ୟ ଜଣଙ୍କ ଆଡ଼କୁ ଆଙ୍ଗୁଳି ଉଠାଇ ଅମରେଶ କହିଛନ୍ତି, ପୂର୍ବରୁ ଆମେ ତାଙ୍କ କଥା କହିଛୁ ବାରମ୍ବାର ତାଙ୍କ ନାମ ନେବାର ଆବଶ୍ୟକ ନାହିଁ ।
ସେହିବଳି ବିରଞ୍ଚି କହିଛନ୍ତି, ୧୪ ତାରିଖ ଅର୍ଥାତ ୧୫ ଦିନର ଶେଷ ଅବଧି ଥିଲା । ଲିଖିତ ଭାବେ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କୁ ଜଣାଇଛୁ । ଆମର କୌଣସି ଦୋଷ ନାହିଁ । ଯେଉଁମାନେ ଆମକୁ ଦୋଷାରୋପ କରିଛନ୍ତି, ଦଳ ଆମର ବିଚାର କରି ତାଙ୍କୁ ମଧ୍ୟ ଦଣ୍ଡ ଦେବା ଦରକାର । ଆମକୁ ଯେମିତି ନୋଟିସ୍ ହେଇଛି ଦୋଷୀଙ୍କୁ ମଧ୍ୟ ନୋଟିସ୍ ହେଉ । ୧୦ଟି ପଏଣ୍ଟ ଲେଖି ଆମେ ଉତ୍ତର ରଖିଛୁ ।
ଆମ ବିପକ୍ଷରେ କ’ଣ କ’ଣ କିଏ କରିଛି ଆମେ ତାହା ଦଳର ସଭାପତିଙ୍କୁ ଲିଖିତ ଭାବେ ଦେଇଛୁ । ଦଳର ସଭାପତି ନିଶ୍ଚିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ । ଯେଉଁମାନେ ଆମ ଦଳ ବିଜେଡିକୁ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୁଦ୍ଧରେ ଶୋ’ କଜ୍ ନୋଟିସ୍ ହେଉ ବୋଲି ଆମେ ଦୁଇ ଭାଇ ଅମରେଶ ଓ ମୁଁ ଚାହୁଁଛୁ ବୋଲି ବିରଞ୍ଚି କହିଛନ୍ତି ।
You Can Read:
ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ : ପ୍ରସନ୍ନ ପଟ୍ଟଶାଣୀ