ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର : ଶୁକ୍ରବାର ମିଳିଥିଲା ଜଣଙ୍କ ମୃତଦେହ, ଶନିବାର ମିଳିଲା ଆଉ ଜଣଙ୍କର

Published By : Prameya-News7 Bureau | October 05, 2024 IST

ଚୌଦ୍ବାର ୫।୧୦: ମହାନଦୀରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ହେଲେ ମନୋରଞ୍ଜନ ବେହେରା । ଶୁକ୍ରବାର ଜଗତପୁର ବାଲିସାହି ନିକଟ ମହାନଦୀରେ ଭାସିଯାଇ ନିଖୋଜ ଥିଲେ । ଗାଧୋଇବାକୁ ଯାଇ ଦୁଇ ଛାତ୍ର ନିଖୋଜ ହୋଇଯାଇଥିଲେ । ଶୁକ୍ରବାର ଆର୍ଯ୍ୟନ ନାୟକ ନାମକ ଛାତ୍ରଙ୍କ ମୃତଦେହ ମିଳିଥିଲା । ତେବେ ଶନିବାର ବୁଡ଼ିବା ସ୍ଥାନର ୮ କି.ମି. ଦୂରରୁ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନାଯୋଗ୍ୟ ଯେ, ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୧ ଜଣ ଛାତ୍ର ସାହିତ୍ୟ ପରୀକ୍ଷା ଶେଷ ହେବା ପରେ ଘରକୁ ଯିବା ପରିବର୍ତ୍ତେ ମହାନଦୀ କୂଳକୁ ଆସିଥିଲେ । ଏହି ସମୟରେ ଦୁଇ ଜଣ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଉଭୟ ମହାନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟ ଧରି ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା l ନିଖୋଜ ଥିବା ଛାତ୍ରକୁ ଅନେକ ସମୟ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା l ତେବେ ରାତି ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିବା ବେଳେ ଶନିବାର ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବୁଡ଼ିବା ସ୍ଥାନର ୮ କି.ମି. ଦୂରରୁ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଛି ।

You Can Read:

ହାତରେ ଝାଡ଼ୁ ଧରି ବସ୍ତି ରାସ୍ତା ଓଳାଇଲେ, ରାସ୍ତାରେ ପଡ଼ିଥିବା ଅଳିଆକୁ ହାତରେ ଉଠାଇ ସଫା କଲେ ଧର୍ମେନ୍ଦ୍ର ପ୍ରଧାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.