କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର

Published By : Prameya-News7 Bureau | July 31, 2024 IST

ଭୁବନେଶ୍ବର ୩୧: କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର । କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି । ଓଡ଼ିଶାର ୨ ପରିବାର ଫଶିଛନ୍ତି । ଉଭୟ ଡାକ୍ତରଙ୍କ ଖୋଜଖବର ମିଳିନାହିଁ । ହେଲେ ତାଙ୍କ ପତ୍ନୀ ମାନେ ଚିକିତ୍ସିତ ହେଉଛନ୍ତି । ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି । ବାୟୁସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି । ତାଙ୍କ ପରିବାର ସହ ସରକାର ଅଛନ୍ତି । ଆମେ ତାଙ୍କୁ ନିୟମିତ ଅପଡେଟ୍ କରୁଛୁ । ଆଶା କରୁଛି  ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ୍‌ଶୀଘ୍ର ଉଦ୍ଧାର ହେବେ ବୋଲି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେରଳରେ ତାଣ୍ଡବ ରଚିଛି ପ୍ରକୃତି । ୱାୟନାଡର ମେପାଡି ପାହାଡ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି । ଶତାଧିକ ଲୋକ ମାଟି ଅତଡା ତଳେ ଚାପିହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

You Can Read:

ପୂରଣ ହେଲା ଦୀର୍ଘଦିନର ଦାବି, ଗଡମା ବଜାରକୁ ଗଡ଼ିଲା ମୋ ବସ୍ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.