ଛତ୍ରପୁର ୧୯।୦୧ : ବଢୁଛି ସାଇବର ଠକେଇ । ନିଜକୁ ପୋଲିସ କର୍ମଚାରୀଙ୍କ ପରିଚୟ ଦେଇ ଠକୁଛନ୍ତି ଟଙ୍କା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରୁ ଦୁଇ ଜଣ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ହିଞ୍ଜିଳ ଅଞ୍ଚଳ ପବିତ୍ର କୁମାର ପ୍ରଧାନ ଓ ପୋଲିସର ବର୍ତ୍ତିନ ଅଞ୍ଚଳର ମଣ୍ଟୁ ପାତ୍ର ।
ଖବର ଅନୁଯାୟୀ, ଦୁଇ ଠକ ନିଜକୁ ସାଇବର ପୋଲିସର କର୍ମଚାରୀଙ୍କ ପରିଚୟ ଦେଇ ଟଙ୍କା ଲୁଟି ଥିଲେ । ଛତ୍ରପୁର ଦେବୀନଗର ଅଞ୍ଚଳ ସ୍ୱାଗତ ମିଶ୍ର ୫ ନଭେମ୍ବର ୨୦୨୩ରେ ନିଜର କ୍ରେଡିଟ୍ କାର୍ଡରୁ କୌଣସି କାରଣରୁ ୨ ଲକ୍ଷ ୭୪ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ । ଏହାପରେ ସେ ଏହି ଦୁଇ ଜଣ ଠକଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟ ଠକ ନିଜକୁ ସାଇବର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ପରେ ଏହି ଦୁଇ ଜଣ ସ୍ୱାଗତକୁ ଠକିବାର ଲାଗିଥିଲେ । ବିଭିନ୍ନ ସମୟରେ ସ୍ୱାଗତ ଠାରୁ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିଲେ । ସ୍ୱାଗତ ୨ ଲକ୍ଷ ୭୪ ହଜାର ଟଙ୍କା ଫେରିପାଇବା ଆଶାରେ ୧ ଲକ୍ଷ ୬୪ ହଜାର ହରାଇଥିଲେ । ଶେଷରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଦୁଇ ନକଲି ସାଇବର ପୋଲିସକୁ ଗିରଫ କରିବାରେ ସଫଳ ହୋଇଥିଲେ ।
ଖୋ ଖୋ ବିଶ୍ବକପ୍; ସଂଧ୍ୟାରେ ପୁରୁଷ ଓ ମହିଳା ବର୍ଗରେ ଭାରତ-ନେପାଳ ଫାଇନାଲ୍ ଟକ୍କର