ବଲାଙ୍ଗିରରେ ୮ ନୁହେଁ ୧୨ ଘଣ୍ଟା ହରତାଳ, ସପିଂ ମଲ୍‌ରେ ପଶି ହଙ୍ଗାମା କଲେ ଚାଷୀ ନେତା

NEWS7
two-person-arrest-in-nepal-student-issue-at-bbsr

ବଲାଙ୍ଗିର ୨୮।୧: ସମଗ୍ର ଓଡ଼ିଶାରେ ଚାଷୀ ସଙ୍ଗଠନ ବନ୍ଦ ଡାକରା ଦେଇଥିବା ବେଳେ ବଲାଙ୍ଗିରରେ ଏହାର ଜୋରଦାର ପ୍ରଭାବ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୮ ଘଣ୍ଟା ବନ୍ଦ ପାଳନ କରାଯାଉଥିବା ବେଳେ ବଲାଙ୍ଗିରରେ କିନ୍ତୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏନେଇ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଇଛନ୍ତି ଚାଷୀ ନେତା ।

ଏହି ସମୟରେ ବଲାଙ୍ଗିରର ଏକ ସପିଂ ମଲ୍ରେ ଚାଷୀ ନେତା ଓ ଚାଷୀ ମାନେ ପଶି ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । କାହିଁକି ପୂର୍ବ ସୂଚନା ପରେ ମଧ୍ୟ ମଲ୍ ବନ୍ଦ କରି ନାହାନ୍ତି ବୋଲି ପ୍ରଶ୍ନ କରି ବିଭିନ୍ନ ସାମଗ୍ରୀ ଫୋପଡ଼ା ଫିଙ୍ଗା କରିଥିଲେ । ଏହାସହ ସମସ୍ତଙ୍କୁ ବାହାରକୁ ଘଉଡ଼ାଇ ଦେଇଥିଲେ । ଶେଷରେ ବାଧ୍ୟ ହୋଇ ସପିଂ ମଲ୍ ମ୍ୟାନେଜର ଷ୍ଟୋରଟି ବନ୍ଦ କରିଦେଇଥିଲେ । ବନ୍ଦ ପାଳନ କରୁଛି ମିଳିତ କୃଷକ ମଞ୍ଚ। ସାମିଲ ହୋଇଛନ୍ତି ୭ ରୁ ଅଧିକ କୃଷକ ସଂଗଠନ ସହ ଅନ୍ୟ ସଙ୍ଘଠନ