ଉମରକୋଟ ୧୨।୦୮ : ନବରଙ୍ଗପୁର କୁନ୍ଦେଇ ଥାନା ରାବଣାଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଉପରେ ମାଡିଗଲା ଟ୍ରକ । ଯେଉଁଥିରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ନାବାଳକ ପୁଅ ।
ଖବର ଅନୁଯାୟୀ, ପରଚିପାରା ଗାଁର ଅଜିତ ମଜୁମଦାର ଓ ଦୀପିକା ମଜୁମଦାର୍ ପଡୋଶୀ ଛତିଶଗଡ଼ରେ ଥିବା ସିହାବା ଗାଁର ଏକ ନଦୀରୁ ପାଣି ଆଣି ହାଟବରଣ୍ଡି ଶିବ ମନ୍ଦିର ପାଣି ଢାଳିଥିଲେ । ମନ୍ଦିରରୁ ପାଣି ଢାଳି ବାଇକ୍ ଯୋଗେ ଫେରୁଥିଲେ ବାପା, ମା ଏବଂ ପୁଅ । ଏହି ସମୟରେ ନବରଙ୍ଗପୁର ରାବଣାଗୁଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍ ଉପରେ ମାଡିଯାଇଥିଲା ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ବାପା-ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବଶଃତ ନାବାଳକ ପୁଅ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି ।
ଅନ୍ୟପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ଘଟଣାସ୍ଥଳରେ ପହଞ୍ଚିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ।