ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | September 07, 2024 IST

କୋରାପୁଟ ୭।୯: କୋରାପୁଟ ୨୬ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ୧୪ ଚକିଆ ଟ୍ରକ୍ ସହ ବାଇକ୍ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଡ଼୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ୍ ଥାନା ପୋଲିସ ସହ ସଦର ପୋଲିସ ଉପସ୍ଥିତ ରହି ତଦନ୍ତ କରୁଛି । 

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାଜପଥକୁ ସ୍ଵାଭାବିକ କରିବାକୁ ଚେଷ୍ଟା କରୁଛି ପୋଲିସ ।

You Can Read:

ମହିଳା କାଉନସିଲର ଓ ୨ ନାବାଳିକା ଝିଅଙ୍କୁ ଅପହରଣ ! ଥାନାରେ ଅଭିଯୋଗ କଲେ ସ୍ବାମୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.