କାଜୁ ବଗିଚାରେ ଫୁଟିଲା ଗୁଳି, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 25, 2024 IST

ଭଞ୍ଜନଗର ୨୫।୫: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତ ପୋକସୁଙ୍ଗା ଗ୍ରାମରେ ଗୁଳିକାଣ୍ଡ । ଗୁଳିମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି l ଗୁରୁତର ଦୁଇ ଜଣ ଅବକାଶ ଜାନି ଓ ରଘୁନାଥ ଜାନି ବୋଲି ଜଣାପଡିଛି l ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବୁଗୁଡ଼ା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ  ହୋଇଛି l ଦୁହେଁ ବାହାରେ ରାଜ୍ୟରେ କାମ କରୁଥିଲେ l ଭୋଟ୍ ଦେବା ପାଇଁ ଗାଁକୁ ଆସିଥିଲେ l ଶନିବାର ଦୁହେଁ ମିଶି ଗାଁ ନିକଟ କାଜୁ ବଗିଚାକୁ ଯାଇଥିବା ବେଳେ ଅତର୍କିତ ଭାବରେ ଗୁଳି ଆସି ବାଜିଥିଲା l 

ତେବେ କେଉଁ କାରଣରୁ ଓ କିଏ ଏପରି ତାଙ୍କୁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ l ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read :

ସୁକିନ୍ଦା ଓ ଯାଜପୁରରେ ଭି.କେ. ପାଣ୍ଡିଆନଙ୍କ ପ୍ରଚାର, ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ’

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.