IPL 2026 Schedule: ଆଇପିଏଲ୍ ୨୦୨୬ର ସିଡ୍ୟୁଲ୍ ଜାରି, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଏହି ଦୁଇ ଦଳ

NEWS7
two-polling-officials-one-each-from-kalahandi-and-ganjam-suspend

IPL Schedule: ଟି-୨୦ ବିଶ୍ଵକପ୍ ସମାପନ ପରେ IPL 2026 କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯିବ। IPL 2026ର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ ମାର୍ଚ୍ଚ ୨୮ରେ ବେଙ୍ଗାଲୁରୁରେ ଖେଳାଯିବ।

ଚାରୋଟି ରାଜ୍ୟରେ ନିର୍ବାଚନ ଯୋଗୁଁ ବାକି କାର୍ଯ୍ୟସୂଚୀ ବିଳମ୍ବିତ

ଦେଶର କିଛି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ IPL 2026 ର ଅବଶିଷ୍ଟ ମ୍ୟାଚ୍ ପାଇଂ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଏପ୍ରିଲ ଓ ମେ ମାସରେ ଭାରତର ଚାରୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ଆୟୋଗ ଏପ୍ରିଲରେ ନିର୍ବାଚନ ତାରିଖ ଘୋଷଣା କରିବେ। ଦେଶର କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମରେ ନିର୍ବାଚନ ଅନୁଷ୍ଠିତ ହେବ। ଇସିଆଇଙ୍କ ଗୋଷଣା ପରେ ଭୋଟିଂ ତାରିଖକୁ ଦୃଷ୍ଟିରେ ରଖି ବିସିସିଆଇ ନିଜର ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବ।

Also read: ICC Rankings: ଶୀର୍ଷ ସ୍ଥାନ ହରାଇଲେ ବରୁଣ ଚକ୍ରବର୍ତ୍ତୀ, ଅଭିଷେକଙ୍କ ପାଇଁ ବିପଦ ସାଜିଲେ ଇଶାନ କିଶନ

୧୫ ଦିନିଆ କାର୍ଯ୍ୟସୂଚୀରେ ଦୁଇଟି ଡବଲ୍ ହେଡର

ପ୍ରଥମ ୧୫ ଦିନିଆ କାର୍ଯ୍ୟସୂଚୀରେ ଦୁଇଟି ଡବଲ୍ ହେଡର ମ୍ୟାଚ୍ ରହିଛି। ପ୍ରଥମ ଡବଲ୍ ହେଡର ମ୍ୟାଚ୍ ୪ ଏପ୍ରିଲ ୪ରେ ଖେଳାଯିବ। ଦ୍ଵିତୀୟ ଡବଲ୍ ହେଡର ଏପ୍ରିଲ ୫ରେ ଖେଳାଯିବ।

କାହା କାହା ମଧ୍ୟରେ ପ୍ରଥମ ମ୍ୟାଚ୍ ?

IPL 2026 ରେ ଉଦଘାଟଣୀ ମ୍ୟାଚ୍ ମାର୍ଚ୍ଚ ୨୮ରେ ଡିଫେଣ୍ଡିଂ ଚାମ୍ପିଅନ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୯ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗସର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୩୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରହିଛି। ଏହି ମ୍ୟାଚ୍ ରାଜସ୍ଥାନର ଘରୋଇ ଗ୍ରାଉଣ୍ଡ ଗୌହାଟିରେ ଖେଳାଯିବ।

ସେହିପରି ମାର୍ଚ୍ଚ ୩୧ରେ ଗୁଜୁରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପର ମଧ୍ୟରେ ନିଜର ପ୍ରଥମ ମ୍ୟାଚ୍ ଖେଳିବେ। ଏହି ମୁକାବିଲା ପଞ୍ଜାବର ଘରୋଇ ମଇଦାନ ମୁଲତାନପୁରରେ ଖେଳାଯିବ। ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ LSGର ଘରୋଇ ପଡ଼ିଆରେ ଖେଳାଯିବ।

୧୫ ଦିନରେ ୧୦ ସ୍ଥାନରେ IPL ମ୍ୟାଚ୍

IPL 2026ର ସମସ୍ତ ୧୦ ଦଳ ପ୍ରଥମ ପାଞ୍ଚ ଦିନରେ ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳିବେ। ଏହା ପରେ, ସମସ୍ତ ଦଳ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ୍ ଏପ୍ରିଲ ୨ରେ ଆରମ୍ଭ ହେବ। ୧୫ ଦିନିଆ କାର୍ଯ୍ୟସୂଚୀରେ ୧୦ ସ୍ଥାନରେ IPL 2026 ମ୍ୟାଚ୍ ଖେଳାଯିବ। କୋଲକାତା ଏବଂ ଗୌହାଟୀ ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଆୟୋଜନ କରିବେ।