ଚୋରାଚାଲାଣର ନୂଆ ଫଣ୍ଡା, ସିକ୍ରେଟ୍ ଚାମ୍ବରରେ ନୀଳ ଜହର କାରବାର

NEWS7
two-polling-officials-one-each-from-kalahandi-and-ganjam-suspend

ଆଠଗଡ଼ ୧୧।୧୨ : ନୀଳ ଜହର ଚୋରାଚାଲାଣର ନୂଆ ଫଣ୍ଡା । ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ନିଶା ଚୋରା ଚାଲାଣ କାରୀ ଆପଣାଇଛନ୍ତି ନୂଆ ରାସ୍ତା । ଯାହାର ଏକ ନମୁନା ଆଠଗଡ଼ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରୁ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ, ଟାଟା ଏସି ଗାଡ଼ିର ଡାଲାରେ ପରିବା ଟ୍ରେ ଥାଇ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇଛି । ସେଥିରେ ଗଞ୍ଜେଇ ଭର୍ତ୍ତି କରାଯାଇ ଚୋରା ଚାଲାଣ କରାଯାଉଥିଲା । ଅନୁଗୁଳ ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ନେଇ ମଙ୍ଗୁଳି ଅଭିମୁଖେ ଯାଉଥିଲା । କୌଣସି ସୁତ୍ରରୁ ପୋଲିସ ଖବର ପାଇ ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ଟୋଲ୍ ଗେଟ୍ ନିକଟରେ ଚଢାଉ କରିଥିଲା । ଏହି ଚଢାଉରେ ଟାଟା ଏସିଇରୁ ୧୭ଟି ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଥିଲା । ଏହାସହ ଗାଡ଼ି ଡ୍ରାଇଭର ଓ ଅନ୍ୟଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇଜଣ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଳସରା ଗାଁର ସୁକାନ୍ତ ମହାରଣାଓ ସିରିପୁର ଅଞ୍ଚଳର ସୁରେନ୍ଦ୍ର ରାଉତ। ଖୁଣ୍ଟୁଣୀ ଅଞ୍ଚକରେ ମାଜିଷ୍ଟ୍ରେଟ୍ ଚେକିଂ ସମୟରେ ଗଞ୍ଜେଇ ଚାଲାଣ କରୁଥିବାର ଦେଖିବାକୁ ମିଳିଥିଲା । ନଜର ହଟାଇବା ଗାଡ଼ିରେ କିଛି ପରିବା କ୍ୟାରେଟ୍ ଓ ପାଲ ରହିଥିବା ବେଳେ ଡାଲା ତଳେ ସିକ୍ରେଟ ଚାମ୍ବର ଗଞ୍ଜେଇ ଚାଲାଣ ହେଉଥିଲା ।