ଶୁଭିବ ବିକଟାଳ ରଡି ! ପ୍ରଥମ ଥର ପାଇଁ ଏଲିଅନ୍ ପ୍ରଜାତି ସହିତ ମଣିଷର ହେବ ଜୋରଦାର ସଂଘର୍ଷ

NEWS7
two-students-were-hit-by-a-truck-one-seriously-injured

ନୂଆଦିଲ୍ଲୀ: ଶୁଭିବ ବିକଟାଳ ରଡି। ତ୍ରାହି ତ୍ରାହି ଡାକିବେ ସମସ୍ତେ। ବାହ୍ୟଗ୍ରହରୁ ମାଡ଼ି ଆସିବେ ଏଲିଅନ। ଏହାଦେବ ପତନ ବିଧ୍ୱଂସର ସଙ୍କେତ। ଏଭଳି ଚେତାବନୀ ଦେଇଛନ୍ତି ପ୍ରଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ଡେଭିଡ୍ କିପିଙ୍ଗ। ଡେଭିଡ୍ କିପିଙ୍ଗଙ୍କ ଗବେଷଣା ପୁସ୍ତକ "ଦି ଏସ୍କାଟିଆନ୍ ହାଇପୋଥେସିସ୍" ବିଶ୍ୱବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏସ୍କାଟିଆନ୍ ଶବ୍ଦଟି ଏସ୍କାଟୋଲୋଜି ଶବ୍ଦରୁ ଆସିଛି । ଏହା ବିଶ୍ୱର ବିଭିନ୍ନ ଧର୍ମରେ ଥିବା ମୃତ୍ୟୁ ଏବଂ ଏବଂ ମାନବତାର ଅନ୍ତ ସହିତ ଜଡିତ। ଏଲିଏନ୍ ସହିତ ମାନବ ସଭ୍ୟତାର ପ୍ରଥମ ସମ୍ପର୍କ ଅସ୍ୱାଭାବିକ, ଏବଂ ଦୁଃଖଦାୟକ ହେବ ବୋଲି ସେ କହିଛନ୍ତି। ଏଥିରେ କୁହାଯାଇଛି- ମଣିଷ ପ୍ରଥମ ଥର ପାଇଁ ଏକ ଏଲିଅନ୍ ପ୍ରଜାତି ସହିତ ଜୋରଦାର ସଂଘର୍ଷ ସମ୍ମୁଖୀନ ହେବ।

ୟୁନିଭର୍ସ ଟୁଡେରେ ଏକ ଲେଖା ଅନୁଯାୟୀ ରୟାଲ୍ ଆଷ୍ଟ୍ରୋନୋମିକାଲ୍ ସୋସାଇଟିର ପ୍ରକାଶିତ ରିପୋର୍ଟ କହୁଛି ମହାଜାଗତିକ ଆବିଷ୍କାର ସମ୍ପର୍କରେ। ଯାହାକି ଏକ ମହାଅନ୍ତର କାରଣ ହୋଇପାରେ।ଡେଭିଡ୍ କିପିଙ୍ଗ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଜ୍ୟୋତିର୍ବିଜ୍ଞାନର ପ୍ରଫେସର। ସେ ଦୀର୍ଘ ବର୍ଷ ଧରି ଏକ୍ସୋପ୍ଲାନେଟ୍ସ, ଏକ୍ସୋମୋନ୍ସ ଏବଂ ବାହ୍ୟଜଗତରେ ଜୀବନର ସନ୍ଧାନ ଉପରେ ଗବେଷଣା କରିଆସୁଛନ୍ତି। ତାଙ୍କର ଦାବି ବ୍ରହ୍ମାଣ୍ଡରେ ପ୍ରଥମେ ଲକ୍ଷ୍ୟ କରାଯାଉଥିବା ତତ୍ୱଗୁଡ଼ିକୁ ନେଇ ବ୍ୟାପକ ପର୍ଯ୍ୟବେକ୍ଷଣର ଆବଶ୍ୟକତା ରହିଛି।

କିପିଙ୍ଗ ଏହି ଲେଖାରେ ଦର୍ଶାଇଛନ୍ତି ଯେ ୧୯୯୦ ଦଶକର ପ୍ରାରମ୍ଭରେ ଆବିଷ୍କୃତ ପ୍ରଥମ ଏକ୍ସୋପ୍ଲାନେଟଗୁଡିକ ଘୂରି ବୁଲୁଥିବା ପଲ୍ସର ବିଶାଳ ଲାଇଟ୍ ହାଉସ ପରି ଥିଲା। ଏହା ହିଁ ସେମାନଙ୍କର ଚିହ୍ନଟକୁ ସହଜ କରିଥାଏ। ତଥାପି NASA ଅଭିଲେଖାଗାରରେ ଥିବା ୬ ହଜାରରୁ ଅଧିକ ଏକ୍ସୋପ୍ଲାନେଟ୍ ସ୍କାନିଂ ମଧ୍ୟମରେ କେବଳ ୧୦ଟି ଏପରି ଏକ୍ସୋପ୍ଲାନେଟ୍ ମିଳିଛି।ଏକ୍ସୋପ୍ଲାନେଟକୁ ବାହ୍ୟଗ୍ରହ ବୋଲି କୁହାଯାଏ। ଯାହାର ଅର୍ଥ ହେଉଛି ଆମ ସୌରମଣ୍ଡଳ ବାହାରେ ଅନ୍ୟ ଏକ ନକ୍ଷତ୍ର ଚାରିପାଖରେ ଘୂରି ବୁଲୁଥିବା ଏକ ଗ୍ରହ। ଯାହା ଆମ ସୌର ଜଗତର ବାହାରେ ସୂର୍ଯ୍ୟ ପରି ଏକ ତାରା ଚାରିପାଖରେ ଘୂରି ବୁଲୁଛି।

ଜ୍ୟୋତିର୍ବିଦମାନେ ଜୀବନର ସମ୍ଭାବନା ଜାଣିବା ଏବଂ ବ୍ରହ୍ମାଣ୍ଡକୁ ଭଲ ଭାବରେ ବୁଝିବା ପାଇଁ ସେଗୁଡ଼ିକୁ ଖୋଜି ଚାଲିଛନ୍ତି। ତାହା ଉପରେ ଅନୁଧ୍ୟାନ, ଗବେଷଣା କରୁଛନ୍ତି।ତାରା ବା ନକ୍ଷତ୍ରମାନଙ୍କ ପାଇଁ ମଧ୍ୟ ସମାନ କଥା। କିପିଙ୍ଗ କୁହନ୍ତି ଯେ ଆମେ ରାତିର ଆକାଶରେ ପ୍ରାୟ ୨,୫୦୦ ତାରା ଦେଖିପାରୁଛୁ। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବିଶାଳ ତାରା। ତଥାପି, ଯେତେବେଳେ ବ୍ରହ୍ମାଣ୍ଡର ସମସ୍ତ ତାରାଙ୍କୁ ହିସାବ କରାଯାଏ, ତେବେ ବଡ଼ ବଡ଼ ତାରାମାନଙ୍କର ସଂଖ୍ୟା ଏକ ତୃତୀୟାଂଶ ପାଖାପାଖି ନାହିଁ। ଆମେ କେବଳ ସେମାନଙ୍କର ଦୃଢ଼ ପର୍ଯ୍ୟବେକ୍ଷଣ ସଙ୍କେତ ଯୋଗୁଁ ସେମାନଙ୍କୁ ଦେଖିପାରୁ। ଏକ ଏଲିଅନ ପ୍ରଜାତି ଖୋଜିବା ପାଇଁ ସମାନ ଯୁକ୍ତି ପ୍ରୟୋଗ କରି, କିପିଙ୍ଗ ଲେଖିଛନ୍ତି, "ଯଦି ଇତିହାସ ସତ ହୁଏ, ତେବେ ପ୍ରଥମ ସଙ୍କେତ ଭାବେ ଜୋରଦାର ହେବ।

ଏହା ତାଙ୍କୁ ଏସ୍କାଟିଆନ୍ ହାଇପୋଥେସିସ ଗବେଷଣା ପାଇଁ ପ୍ରେରଣା ଦେଇଛି। ଆମେ ଯେଉଁ ବାହ୍ୟଜଗତୀୟ ପ୍ରଯୁକ୍ତିବିଦ୍ୟା ସଭ୍ୟତାକୁ ସହିତ ସାମ୍ନା କରିବୁ, ତାହା ଅତ୍ୟନ୍ତ ପ୍ରଭାବଶାଳୀ ହେବ।। ଏହା "ସମ୍ଭାବ୍ୟ କ୍ଷଣସ୍ଥାୟୀ, ଅସ୍ଥିର, କିମ୍ବା ଶେଷ ପର୍ଯ୍ୟାୟରେ ହେବ। କିପିଙ୍ଗ ବିଶ୍ୱାସ କରନ୍ତି ଯେ "ଜୋରଦାର" ସଭ୍ୟତାର "ପତନ"ର ଫଳାଫଳ ହେବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବ ସଭ୍ୟତା ଅସ୍ଥିର ହେଉଛି। । ଏହା ବୋଧହୁଏ ସେହି ସଙ୍କେତ ହେବ। ଯାହାକୁ ଏଲିଅନମାନେ "ଲାଉଡ୍" ଭାବରେ ଗ୍ରହଣ କରିବେ। ଆମର ଅବନତିରୁ ସେମାନେ ଜନ୍ମ ନେବେ। । "ସହାୟତା ପାଇଁ ଏକ ଚିତ୍କାର" ଥରହର କରିପାରେ।ଏହାକୁ ବା ଏପରି ଆଶଙ୍କାକୁ ପୁରାଣର କଥା ସହ ଯୋଡା ଯାଇପାରେ। ଅଚ୍ୟୁତାନନ୍ଦ ଦାସଙ୍କ ଲିଖିତ ମାଳିକା ତାହାହେଲେ କଣ ସତ ହେବ କହିଥିଲେ- ମହାପୁରୁଷ ଅଚ୍ୟୁତାନନ୍ଦ। ବିଜ୍ଞାନ ଏବଂ ପୁରାଣ –ଇଶ୍ୱର ସତ୍ତ୍ୱା ମଧ୍ୟରେ ନିଗୁଢ଼ ସମ୍ପର୍କ ଥିବା ଦାବି କରୁଥିବା ଅନେକ ବୈଜ୍ଞାନିକ-ମହାତ୍ମା-ବୁଦ୍ଧିଜୀବୀ-ସମାଜ ସୁଧାରକଙ୍କ କଥା-ଯୁକ୍ତି ସତ ହେବ।