ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ, ଗାଧୋଇବା ବେଳେ ଘଟିଲା ଅଘଟଣ

Published By : Prameya-News7 Bureau | June 19, 2024 IST

Breaking_1

ରାଉରକେଲା ୧୯।୬: ଶଙ୍ଖ ନଦୀ ନେଲା ଦୁଇ ଜୀବନ । ଶଙ୍ଖ ନଦୀରେ ବୁଡ଼ି ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । 

ସୂଚନାଯୋଗ୍ୟ ଯେ, ୧୪୩ ନଂ ଜାତୀୟ ରାଜପଥ କଡ଼ରେ ଟ୍ରକ୍ ରଖି ଶଙ୍ଖ ନଦୀରେ ଗାଧାଉଥିଲେ ଦୁଇ ଟ୍ରକ୍ ଡ୍ରାଇଭର । ଗାଧୋଇବା ସମୟରେ ଶଙ୍ଖ ନଦୀରେ ବୁଡ଼ିଯାଇଥିଲେ ଦୁଇ ଡ୍ରାଇଭର । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

You Can Read :

ଜେଜେମା’ଙ୍କୁ ଟଙ୍କା ମାଗିଲେ ନାତି, ଟଙ୍କା ନଦେବାରୁ ଠେଙ୍ଗା ମାଡ଼ରେ ଚାଲିଗଲା ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.