ନଦୀରେ ଗାଧୋଇବା ବେଳେ ବଲ୍ ଖେଳୁଥିଲେ ଦୁଇ ଯୁବକ, ଭାସିଯାଇ ଚାଲିଗଲା ଜୀବନ

Published By : Prameya-News7 Bureau | April 12, 2024 IST

ଚୌଦ୍ୱାର ୧୨।୪: ନଦୀ ଭିତରେ ବଲ୍ ଖେଳ ହେଲା କାଳ । ଏମିତି ଏକ ଅଘଟଣ ଘଟିଛି ଚୌଦ୍ୱାର ସହରର ମୁଖ୍ୟ ପ୍ରବେଶ ପଥରେ ଥିବା ବିରୂପା ନଦୀରେ । ନଦୀରେ ଗାଧୋଇବା ବେଳେ ବଲ୍ ଖେଳୁଖେଳୁ ଭାସିଗଲେ ଦୁଇ ଜଣ ଯୁବକ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ଉଭୟ ମୃତକ ସେମାନେ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର ୨୦ ବର୍ଷ ବୟସ୍କ କୃଷ୍ଣଚନ୍ଦ୍ର ସାହୁ ଓ ଅନ୍ୟ ଜଣେ ସେହି ସାହିର ୧୮ ବର୍ଷ ମୟଙ୍କ ସାହୁ । ଦୁହେଁ ବିରୂପା ନଦୀରେ ଗାଧୋଇବା ବେଳେ ନଦୀ ସୁଅରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଘଟଣାସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇଥିଲେ । ପରେ ଡାକ୍ତର ମୃତ ଘୋଷଣା କରିଥଲେ । ଅଘଟଣ ଘଟିଥିବା ପରେ ନଦୀରେ ଗାଧୋଇବା ବେଳେ ସତର୍କତାର ସହିତ ଗାଧୋଇବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ ମାନେ ।

You Can Read:

୪ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.