ତାମିଲନାଡୁରେ ମନ୍ତ୍ରୀମଣ୍ଡଳ ପୁନରଗଠନ: ଉଦୟନିଧି ଉପମୁଖ୍ୟମନ୍ତ୍ରୀ, ସେନ୍ଥିଲ ବାଲାଜୀଙ୍କୁ କ୍ୟାବିନେଟ୍ ପାହ୍ୟା

Published By : Prameya-News7 Bureau | September 29, 2024 IST

indiatoday

ଚେନ୍ନାଇ: ଟଙ୍କା ନେଇ ଚାକିରି ଦେବା ଅଭିଯୋଗରେ ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ତାମିଲନାଡୁ ନେତା ଭି ସେନ୍ଥିଲ ବାଲାଜୀଙ୍କୁ ଷ୍ଟାଲିନ୍‌ଙ୍କ ମନ୍ତ୍ରୀମଣ୍ଡଳରେ ପୁଣିଥରେ ଜାଗା ମିଳିଛି। ରବିବାର ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

ଚେନ୍ନାଇ ସ୍ଥିତ ରାଜଭବନରେ ସେନ୍ଥିଲ ବାଲାଜୀଙ୍କ ସହିତ ଡ. ଗୋଭୀ ଚେଜିଆନ, ଆର୍ ରାଜେନ୍ଦ୍ରନ ଏବଂ ଏସଏମ୍‌ ନସର ମଧ୍ୟ କ୍ୟାବିନେଟ୍ ପାହ୍ୟା ପାଇଁ ଶପଥ ନେଇଥିଲେ। ଏଥିସହିତ ଏମ୍‌.କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନୀଧି ଷ୍ଟାଲିନ୍ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟପାଳ ଆର୍‌ଏନ ରବୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।  

ସେନ୍ଥିଲ ବାଲାଜୀ ପୁଣିଥରେ ସେହି ବିଦ୍ୟୁତ ମଦ୍ୟ ନିଷେଧ ଅ ଅବକାରୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ପୂର୍ବରୁ ୨୦୨୧ ମେରୁ ୨୦୨୩ ଜୁନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିଥିଲେ। ସେହିପରି ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ଡ. ଗୋଭୀ ଚେଜିୟାନ୍ ଶପଥ ଗ୍ରହଣ କରିଥିବାବେଳେ ଆର ରାଜେନ୍ଦ୍ରନ୍ ପର୍ଯ୍ୟଟନ ମନ୍ତ୍ରଣାଳୟ ପାଇଛନ୍ତି। ଏସଏମ ନସର ସଂଖ୍ୟାଲଘୁ କଲ୍ୟାଣ ଏବଂ ଅଣତାମିଲ କଲ୍ୟାଣ ମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ତାଙ୍କୁ ମାଲିକ୍ ଓ ଡାଏରୀ ଡେଭଲପମେଣ୍ଟ ମନ୍ତ୍ରଣାଳୟ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.