ବେଞ୍ଜାମିନ ନେତାନ୍ୟାହୁଙ୍କୁ ଗିରଫ କରିବେ ବ୍ରିଟେନ୍ ସରକାର !

Published By : Prameya-News7 Bureau | November 22, 2024 IST

indiatoday

ଲଣ୍ଡନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଦି ବ୍ରିଟେନ୍ ଆସନ୍ତି ତେବେ ଅନ୍ତର୍ଜାତୀୟ ଆଇନ ଅନୁସାରେ ତାଙ୍କୁ ଗିରଫ କରାଯିବ। ଏନେଇ ବ୍ରିଟେନ୍ ସରକାର ଏକ ସଂକେତ ଦେଇଛନ୍ତି। ନେତାନ୍ୟାହୁ ଯଦି ୟୁକେ ଆସନ୍ତି ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ଜାରି କରିଥିବା ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ ପରୱାନା କରାଯାଇପାରେ।

ଶୁକ୍ରବାର ଏନେଇ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍‌ମରଙ୍କ ପ୍ରବକ୍ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ନେତାନ୍ୟାହୁ ଆସିଲେ ତାଙ୍କୁ ୟୁକେ ପୁଲିସ ଅଟକ ରଖିବ ବୋଲି ପ୍ରଶ୍ନ କରିବାରୁ ସେ ପ୍ରଶ୍ନକୁ ଗୁରୁତ୍ୱ ଦେଇ ନଥିଲେ। କାଳ୍ପନିକ ପରିସ୍ଥିତି ଏତେ ଗୁରୁତ୍ୱ ଦେବା କଥା ନୁହଁ। ତେବେ ୟୁକେ ସମସ୍ତ ଅନ୍ତର୍ଜାତୀୟ ନିୟମକୁ ପାଳ କରେ ବୋଲି ସେ କହିଛନ୍ତି।

ଆଇସିସି ଦ୍ୱାରା ପ୍ରଣୟନ କରାଯାଇଥିବା ଅନ୍ତର୍ଜତୀୟ ସନ୍ଧୀ ରୋମ ଆଇନକୁ ସମହିତ ଜଣାଇ ୧୯୯୮ ମସିହାରେ ବ୍ରିଟେନ୍ ହସ୍ତାକ୍ଷର କରିଥିଲେ। ୩ ବର୍ଷ ପରେ ଏହାକୁ ଅନୁମୋଦନ ବି ଦେଇଥିଲା। ବ୍ରିଟେନର ଆଇସିସି ଆକ୍ଟ ୨୦୦୧ ଅଧିନିୟମ ଅନୁସାରେ, ସରକାରୀ ମନ୍ତ୍ରୀ ଯଦି ଆଇସିସି ପକ୍ଷରୁ ଅନୁରୋଧ ମିଳେ ତେବେ ଅଭିଯୋଗ ସମ୍ପର୍କ ସମସ୍ତ ଦଲିଲଗୁଡ଼ିକୁ କୋର୍ଟକୁ ପଠାଇବାକୁ ପଡ଼ିବ”। ସେହିପିର ଆରେଷ୍ଟା ୱାରେଣ୍ଟର ସମର୍ଥନ କରିବା ମଧ୍ୟରେ ଏଥିରେ ନିୟମ ରହିଛି।

ଏହାର ଉତ୍ତର ଦେଇ ବ୍ରିଟେନ୍ ପ୍ରବକ୍ତା କହିଛନ୍ତି ଯେ ଏଭଳି ଘଟଣା ଏପର୍ଯ୍ୟନ୍ତ ହୋଇ ନାହିଁ। ଆଇସିସି ଗିରଫ ପରୱାନା ଜାରି କରିଥିବା କୌଣସି ବ୍ୟକ୍ତି ୟୁକେ ଆସି ନାହାନ୍ତି। ତେବେ ଆମେ ଆଇନର ପାଳନ କରିବୁ ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.