ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କୋଣାର୍କ ଇକୋରିଟ୍ରିରେ ରାତ୍ରୀଯାପନ

Published By : Prameya-News7 Bureau | February 27, 2025 IST

ଭୁବନେଶ୍ଵର:  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ଆଜି ସନ୍ଧ୍ୟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ । ବିମାନବନ୍ଦରରୁ   ସିଧାସଳଖ କୋଣାର୍କ ଯାଇଥିଲେ ଜେ.ପି ନଡ୍ଡା । ସେଠାରେ ଇକୋ ରିଟ୍ରିଟରେ ରାତ୍ରିଯାପନ କରିବେ ।  ଆସନ୍ତାକାଲି ସକାଳ ୧୦ଟାରେ ପୁରୀରେ ଆୟୋଜିତ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ନଡ୍ଡା। ଏହା ପରେ ଦିନ ୨ଟା ବେଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ। ପୁରୀରୁ ଫେରି ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ରାଜ୍ୟ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ନଡ୍ଡା । 

ଓଡ଼ିଶାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ନଡ୍ଡାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଆଜି ବିମାନବନ୍ଦରରୁ ସିଧା କୋଣାର୍କ ଅଭିମୁଖେ ଯାତ୍ରା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କୋଣାର୍କ ଇକୋ ରିଟ୍ରିଟରେ ଆଜି ରାତ୍ରିଯାପନ କରିବେ ।

ଆସନ୍ତାକାଲି  ସକାଳ ୧୦ଟାରେ ପୁରୀରେ ଆୟୋଜିତ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ।  ସମ୍ମିଳନୀରେ ଯୋଗଦେବେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ସଚିବ । ରାଜ୍ୟ ଗୁଡିକରେ ସ୍ବାସ୍ଥ୍ୟ ସେବା କିପରି ଚାଲିଛି, କେନ୍ଦ୍ରୀୟ ଯୋଜନା ସହ ରାଜ୍ୟର ସ୍ବାସ୍ଥ୍ୟ ଯୋଜନା ଗୁଡିକ କିପରି ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହେଉଛି ସେନେଇ ସମ୍ମିଳନୀରେ ଆଲୋଚନା ହେବ ।ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ସଫଳ ପ୍ରଦର୍ଶନକୁ କିପରି ସାରା ଦେଶରେ ଲାଗୁ କରାଯିବ ସେନେଇ ଚର୍ଚ୍ଚା ହେବ ।

Also read: କଂଗ୍ରେସରେ ଅଣନିଶ୍ୱାସୀ କି ଶଶୀ ? ବିଜେପିରେ ମିଶିବେ ନା ବିକଳ୍ପ ବାଛିବେ ?

ଆସନ୍ତାକାଲି ଅପରାହ୍ଣ ୨ଟାରେ ଜେ.ପି.ନଡ୍ଡା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ  ଭୁବନେଶ୍ବର ଫେରି  ରାଜ୍ୟ ଅତିଥି ଭବନରେ ଅଢେଇ ଘଣ୍ଟା ରହିବେ  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ସମୟରେ ଅତିଥି ଭବନରେ ବିଜେପିର ରାଜ୍ୟ ନେତୃତ୍ବଙ୍କୁ ଭେଟି ଆଲୋଚନା କରିବେ। ସଂଗଠନ ଆଉ ସରକାର ମଧ୍ୟରେ ସମନ୍ଵୟ ନେଇ ବିଭିନ୍ନ ଦିଗରୁ ଆଲୋଚନା ହେବ। ଏଥି ସହିତ ରାଜ୍ୟ ସଭାପତି ଚୟନ ବିଳମ୍ବ ହେଉଥିବାରୁ ସେ ସଂପର୍କରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ସେହିପରି ସରକାରକୁ ଆସିବାର ୮ ମାସ ହୋଇଥିଲେ ବି ନିଗମ ବୋର୍ଡର ନିଯୁକ୍ତି ନେଇ ହୋଇଥିବା କସରତରେ ଚୁଡାନ୍ତ ମୋହର ବାଜିପାରେ । ବିଜେପି ରାଜ୍ୟ ନେତୃତ୍ବକୁ ସଂଗଠନ କିପରି ବଢିବ ସେ ନେଇ ପରାମର୍ଶ ଦେଇପାରନ୍ତି ନଡ୍ଡା ।

ନଡ୍ଡାଙ୍କ ଗସ୍ତର ଦିନକ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଉପସ୍ଥିତିରେ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ, ସଙ୍ଗଠନ ସମ୍ପାଦକ ଏବଂ ପୂର୍ବତନ ସଭାପତି ମାନେ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନଡ୍ଡାଙ୍କ ମୋହର ବାଜିବା ପରେ ଏସବୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.