ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା, ଶୁକ୍ରବାର ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ

Published By : Prameya-News7 Bureau | February 27, 2025 IST

ଭୁବନେଶ୍ୱର,୨୭/୦୨: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା । ସଂଧ୍ୟା ୭ଟା ୫୫ରେ ସେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସିଧା ପୁରୀ ଯାଇ ସେଠାରେ ରାତ୍ରୀ ଯାପନ  କରିବେ । 

୨୮ ତାରିଖ ପୂର୍ବାହ୍ଣ ୧୦ଟାରେ ପୁରୀରେ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ  ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ଅପରାହ୍ଣ ୨ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ଦର୍ଶନ କରିବେ । ପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ଅଢ଼େଇ ଘଣ୍ଟା  ରହିବେ । ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.