ନୂଆଦିଲ୍ଲୀ ୧୬।୧୧: ଶୀତ ଦିନେ ଅଧିକ ମିଳିଥାଏ ଫୁଲକୋବି । ଫୁଲକୋବି ପୁଷ୍ଟିକର ଖାଦ୍ୟରେ ଭରପୂର । ଏଥିରେ ଅନେକ ପୋଷକ ତତ୍ତ୍ୱ ଯଥା ଫାଇବର, ଭିଟାମିନ୍ ସି, ଭିଟାମିନ୍ କେ ଏବଂ କୋଲିନ୍ ଥାଏ । କିନ୍ତୁ ଫୁଲକୋବି ସମସ୍ତଙ୍କ ପାଇଁ ଭଲ ନୁହେଁ ! କିଛି ଲୋକଙ୍କ ପାଇଁ ଏହା ହୋଇପାରେ ଘାତକ ।
ବିଶେଷଜ୍ଞଙ୍କ ଅନୁଯାୟୀ ଫୁଲକୋବି ଅନେକ ଲୋକଙ୍କ ପାଇଁ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଖାସ୍ କରି ଯେଉଁମାନେ ଗ୍ୟାସ୍ ଓ ହୃଦଘାତରେ ପୀଡିତ, ସେମାନେ ଫୁଲକୋବିରୁ ଦୂରେଇ ରହିବା ଉଚିତ୍ । କାରଣ ଫୁଲକୋବି ଖାଇବା ଦ୍ୱାରା ଗ୍ୟାସ୍ ହୋଇଥାଏ । ଫୁଲକୋବି ଖାଇବା ଦ୍ୱାରା କିଡନୀ ଷ୍ଟୋନର ଆଶଙ୍କା ବଢିଯାଏ । କାରଣ ଏଥିରେ ଅକ୍ସାଲେଟ୍ ଥାଏ ।
ଫୁଲକୋବି ଖାଇଲେ ଅନେକ ଲୋକଙ୍କର ହୋଇଥାଏ ଆଲର୍ଜି । ଏହାବ୍ୟତୀତ ଥାଇରଏଡରେ ପୀଡିତ ଲୋକମାନେ ଫୁଲକୋବି ଖାଇବା ଉଚିତ୍ ନୁହେଁ । ଫୁଲକୋବିରେ ଭିଟାମିନ୍ କେ ଭରପୂର ମାତ୍ରାରେ ରହିଥାଏ ।
ଯେଉଁମାନଙ୍କର ରକ୍ତ ପତଳା ସେମାନେ ଫୁଲକୋବିକୁ ଖାଦ୍ୟରେ ରଖନ୍ତୁ ନାହିଁ । ନଚେତ୍ ରକ୍ତ ଜମାଟ ବାନ୍ଧିବା ସମସ୍ୟା ହୋଇପାରେ। ଫୁଲକୋବିରେ ଆୟୋଡିନ କମ୍ ଥାଏ । ଯେଉଁକାରଣରୁ ଥାଇରଏଡ ଗ୍ରନ୍ଥିର କାମ କମିଯାଏ । ହାଇପୋଥାଇରଏଡିଜିମ୍ କିମ୍ବା ସମାନ ସମସ୍ୟାରେ ପୀଡିତ ବ୍ୟକ୍ତିମାନେ ଫୁଲକୋବି ଖାଇବା ଉଚିତ୍ ନୁହେଁ ।