ବୈପାରୀଗୁଡା ୧୮।୬: ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର l କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମାର ମିନାକ୍ଷୀ ପାୱାର ପ୍ରାଇଭେଟ୍ ଲିମିଟେଡ଼ ନିକଟରେ ଥିବା କଲାବ ନଦୀ କୂଳରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି l ନଦୀ କୂଳରେ ଗଳିତ ଶବ ଭାସମାନ ଅବସ୍ଥାରେରେ ଦେଖି ସଙ୍ଗେସଙ୍ଗେ ବୈପାରୀଗୁଡା ଥାନାକୁ ଜଣାଇଥିଲେ ଗ୍ରାମବାସୀ l ଘଟଣାସ୍ଥଳରେ ଥାନା ଆଇଆଇସି ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି l ମୃତ ମହିଳା କିଏ ଆଉ କେମିତି ତାଙ୍କ ମୃତ୍ୟୁ ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି ବୋଲି ବୈପାରୀଗୁଡା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ କହିଛନ୍ତି ।
You Can Read :
ବୈପାରୀଗୁଡାରୁ ନକଲି ସିବିଆଇ ଅଫିସର ଗିରଫ, ଲୋକଙ୍କଠୁ ଲୁଟୁଥିଲେ ଲକ୍ଷାଧିକ ଟଙ୍କା