କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଏରିସ୍ ଗାର୍ସେଟି

Published By : Prameya-News7 Bureau | September 29, 2024 IST

କୋଣାର୍କ ୨୯।୯: କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି । କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ମୋହିତ ହେଲେ । 

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରଦୂତ ସକାଳୁ ପୁରୀ ବେଳାଭୂମି ବୁଲିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିମାପଡା SDPO କୋଣାର୍କ ଆଇଆଇସିଙ୍କ ସହ ୨ ଜଣ ଅଫିସର ସମେତ ଡଗ୍ ସ୍କ୍ବାଡ୍ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଦେଖି ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗର୍ସେଟି । ପ୍ରାୟ ଘଣ୍ଟାଏ ଧରି ବିଭିନ୍ନ କାରୁକାର୍ଯ୍ୟ ବୁଲି ଦେଖିଥିବା ବେଳେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ସହ ଐତିହ୍ୟ ବୁଝାଇଥିଲେ ସୂର୍ଯ୍ୟ ମନ୍ଦିର ଗାଇଡ୍ ବିଶେଶ୍ବର ଦାସ । ନିଜ ପରିବାର ସହିତ ବୁଲି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଓଡ଼ିଶାର ପଥର ଶିଳ୍ପୀ ମାନଙ୍କ ଦ୍ୱାରା ନିହାଣ ମୁନରେ ପଥର ନିର୍ମିତ ଚିତ୍ରକଳାରେ ଥିବା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା, ଲୋକଙ୍କ ଚାଲିଚଳଣି ଦେଖି ବିମୋହିତ ହୋଇ ବହୁତ   ଖୁସି ଥିବା କହିଛନ୍ତି l

You Can Read:

ମାଛ ଧରିବାକୁ ଯାଇ ଆଉ ଫେରିଲେନି ମତ୍ସ୍ୟଜୀବୀ, ମୃତ୍ୟୁକୁ ନେଇ ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.