ରକ୍ତ ସଂପର୍କକୁ ଭୁଲିଗଲେ, ଶିଶୁ ପୁତ୍ରକୁ ବିକି ଗିରଫ ହେଲେ ଆମେରିକୀୟ ଦଂପତ୍ତି

Published By : Prameya-News7 Bureau | September 29, 2024 IST

ଆମେରିକା ୨୯/୯: ବିଅର ଓ ହଜାରେ ଡଲାର ଆଗରେ ତୁଚ୍ଛ ହେଲା ରକ୍ତ ସଂପର୍କ ।  ନିଜ ଶିଶୁ ପୁତ୍ରକୁ ବିକି ଗିରଫ ହୋଇଛନ୍ତି ଆମେରିକାର ଦଂପତ୍ତି । ଅଭିଯୋଗ ଅନୁସାରେ ଅର୍କାନସ ସହରର ଦଂପତ୍ତି ଡାରିଏନ ଉର୍ବାନ ଓ ଶାଲେନ ଏହେଲର୍ସ ଶିଶୁ ପୁତ୍ରକୁ ହଜାରେ ଡଲାର ଓ ବିଅର ବଦଳରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଏକ ଦସ୍ତାବିଜରେ ସାଇନ କରି ଅନ୍ୟ ଏକ ବ୍ୟକ୍ତିଙ୍କୁ ଦେଇଥିଲେ । ଘଟଣା ସଂପର୍କରେ ଜଣାପଡିବା ପରେ ଉଭୟଙ୍କୁ ଗିରଫ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.