ଇସ୍ରାଏଲର ସୁରକ୍ଷା କବଚ ସାଜିବ ଆମେରିକା, ଚାରିଆଡୁ ଘେରି ରହିବ ଯୁଦ୍ଧ ଜାହାଜ

Published By : Prameya-News7 Bureau | August 03, 2024 IST

wion

ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଇରାନ ପ୍ରସ୍ତୁତ। ସେପଟେ ଇସ୍ରାଏଲର ସୁରକ୍ଷା କବଚ ସାଜିବ ଆମେରିକା। ଶୁକ୍ରବାର ପେଣ୍ଟାଗନ୍ ସ୍ପଷ୍ଟ କରିଛି ଯେ ଆମେରିକାର ସୈନ୍ୟବାହିନୀ ସହ ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନା ଯୁଦ୍ଧ ଜାହାଜ ମଧ୍ୟପ୍ରାଚ୍ୟରେ ନିୟୋଜିତ ହେବ। କାରଣ ଇସ୍ରାଏଲକୁ ଇରାନ, ହମାସ ଏବଂ ହିଜବୁଲାର ବିପଦର ସମ୍ମୁଖୀନ ହୋଇଛି।

ଏହି ଅଞ୍ଚଳକୁ ନୌସେନା ଜାହାଜ ଏବଂ ବିନାଶକାରୀ ଜାହାଜ ପଠାଇବାକୁ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଲଲିଓଡ ଅଷ୍ଟିନ। ୱାଶିଂଟନ୍ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ବିମାନର ଏକ ଅତିରିକ୍ତ ସ୍କ୍ୱାଡ୍ରନ୍ ପଠାଇବ। ଇସ୍ରାଏଲର ସୁରକ୍ଷା ପାଇଁ ଇସ୍ରାଏଲ ସେନା ସହ ମିଶି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଷ୍ଟିନ। ତେବେ ଏହି ଯୁଦ୍ଧ ଜାହାଜରେ ସଲଗ୍ନ ଥିବା ସିଷ୍ଟମ ଶତ୍ରୁପକ୍ଷଙ୍କ ମିଶାଇଲକୁ ରୋକିବାର କ୍ଷମତା ଥିବା ସେ କହିଛନ୍ତି।

ତେହରାନରେ ହମାସ୍ ପ୍ରମୁଖ ଇସ୍ମାଇଲ୍ ହିନେୟଙ୍କ ହତ୍ୟା ପରେ ପ୍ରତିଶୋଧମୁହାଁ ହୋଇଛି ଇରାନ । ବିସ୍ପୋରଣ ପରେ ଇରାନ ଲଗାତାର ଇସ୍ରାଏଲକୁ ଚେତାବନୀ ଦେଇ ଆସୁଛି । ଖୁବ୍ ଶୀଘ୍ର ହତ୍ୟା ଜବାବ ଦିଆଯିବ ବୋଲି ଇରାନ ସୁପ୍ରିମ ଲିଡର କହିଛନ୍ତି । ଏକ ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ଇସ୍ରାଏଲର ମଧ୍ୟବର୍ତ୍ତୀ ଅଂଶରେ ଟାର୍ଗେଟ୍ କରାଯିବ । ତେଲ ଅବୀବ ଭଳି ବଡ଼ ସହରକୁ ହମାସ ଏବଂ ଇରାନ ଟାର୍ଗେଟ୍ କରିବେ ବୋଲି ରିପୋର୍ଟରେ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.