ଲୋକସେବା ଭବନରେ ରିଲ୍ସ ନେଇ ଆସିଲା ଗାଇଡଲାଇନ୍, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

NEWS7
uttarpradesh-and-punjab-to-supply-potato-seeds

ଭୁବନେଶ୍ୱର: ଲୋକସେବା ଭବନରେ ସରକାରୀ ଅଧିକାରୀ ରିଲ୍ସ କରିବା ଘଟଣାରେ ନିର୍ଦ୍ଦେଶାନାମା ଜାରି କରିଛି ଗୃହ ବିଭାଗ। ଲୋକସେବା ଭବନରେ ଏଣିକି ଅଧିକାରୀ ଠିକା କର୍ମଚାରୀ, ପରିଦର୍ଶକ ରିଲ୍ସ କରିପାରିବେ ନାହିଁ। କେବଳ ରିଲ୍ସ ନୁହେଁ ବରଂ ଭିଡ଼ିଓ, କିମ୍ବା ଫୋଟୋ ଭିଡ଼ିଓ ବି ସୋସିଆଲ ମେଡିଆରେ ଶେୟାର କରିପାରିବେନି। ନିୟମ ଉଲଂଘନ କଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଲୋକସେବା ଭବନରେ ମାଳ ମାଳ ରିଲ୍ସକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଥିଲେ, ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ସେଠି ରିଲ୍ସ କରିବାର କୌଣସି ଅବକାଶ ନାହିଁ । ଯଦି ରିଲ୍ସ ହେଉଛି ଲୋକସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ ।