ସିଢି ତଳେ ରଖନ୍ତୁନି ଏହି ସବୁ ଜିନିଷ, ନଚେତ୍‌ ମାଡି ଆସିବ ଅନେକ ବିପଦ !

Published By : Prameya-News7 Bureau | November 17, 2024 IST

ନୂଆଦିଲ୍ଲୀ ୧୭।୧୧: ଘରେ ଜାଗାର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି । ଆଉ କିଛି ଲୋକ ଏଠାରେ ଗାଧୁଆ ଘର କିମ୍ବା ରୋଷେଇ ଘର ତିଆରି କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ରରେ ଏପରି କରିବାକୁ କରାଯାଇଛି ବାରଣ । ଆସନ୍ତୁ ଜାଣିବା...

ଶିଡ଼ି ତଳେ କେଉଁ ଜିନିଷ ରଖିବା ଆଉ ନରଖିବା ଉଚିତ୍‌ । ବାସ୍ତୁଶାସ୍ତ୍ର ଅନୁଯାୟୀ ଶିଡ଼ି ତଳେ କେବେବି ଠାକୁର ଘର କରିବା ଉଚିତ୍‌ ନୁହେଁ । ଏହା ଘର ଉପରେ ନକରାତ୍ମକ ଶକ୍ତିକୁ ଆଣିଥାଏ । ଏହା ଘରର ଐଶ୍ୱର୍ଯ୍ୟ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ। ଶିଡ଼ି ତଳେ ରୋଷେଇ ଘର କେବେ ବି ତିଆରି କରିବା ଉଚିତ୍‌ ନୁହେଁ । ଏହା ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ିଥାଏ। 

ଅନ୍ୟପକ୍ଷେ ଗାଧୁଆଘର କି ଶୌଚାଳୟ ମଧ୍ୟ ଶିଡ଼ି ତଳେ ତିଆରି କରିବା ଆଦୌ ଶୁଭଲକ୍ଷଣ ନୁହେଁ। ଏହା ଘରର ଆର୍ଥିକାବସ୍ଥାକୁ ଦୁର୍ବଳ କରିଥାଏ । ଏହାବ୍ୟତୀତ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ । ସେହିପରି ଶିଡ଼ି ତଳେ ଡଷ୍ଟବିନ୍‌ ରଖିବା ଉଚିତ୍‌ ନୁହେଁ । ଏହା ଘରେ କଳହ ସୃଷ୍ଟି କରିଥାଏ। ଶିଡ଼ି ତଳେ ଜୋତା ଷ୍ଟାଣ୍ଡକୁ ବି ରଖନ୍ତୁନି । ଏହା ଘରେ ବାସ୍ତୁଦୋଷ ସୃଷ୍ଟି କରିପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.