ପରିବା ବିକାଳୀର ପୁଅ କିପରି ହେଲା ହେଜବୁଲ୍ଲା ମୁଖ୍ୟ ?

Published By : Prameya-News7 Bureau | September 29, 2024 IST

News7

ନୂଆଦିଲ୍ଲୀ: ବେରୁଟରେ ଥିବା ହେଜବୁଲ୍ଲା ମୁଖ୍ୟାଳୟ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ। ଟାର୍ଗେଟ୍‌ରେ ଥିଲା ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା। ଭୟଙ୍କର ହମ୍‌ଲାରେ ସଫଳ ହୋଇଛି ଇସ୍ରାଏଲ। ନିହତ ହୋଇଛି ଆତଙ୍କୀ ମୁଖ୍ୟ ହସନ ନସରାଲ୍ଲା। ନସରାଲ୍ଲାର ହତ୍ୟା ଇସ୍ରାଏଲ ପିଏମ୍‌ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ପାଇଁ ବଡ଼ ସଫଳତା। କାହିଁକିନା ଇସ୍ରାଏଲରେ ଆତଙ୍କ ସୃଷ୍ଟି କରିଥିବା ଏହି ଆତଙ୍କୀକୁ ମାଟିରେ ମିଶାଇଛି ଇସ୍ରାଏଲ। କିଏ ଏହି ହସନ ନସରଲ୍ଲା, ଯାହା ପାଇଁ ମଧ୍ୟପ୍ରାଚ୍ୟ ହେଉଥିଲା ଥରହର। ଗରିବ ପରିବାରରେ ଜନ୍ମ ହୋଇବି ଏତେ ଶକ୍ତିଶାଳୀ ହେଲା କେମିତି? 

୧୯୬୦ ଅଗଷ୍ଟ ୩୧ରେ ହସନ ନସରାଲ୍ଲାର ବେରୁଟରେ ଜନ୍ମ। ହସନ ନସରାଲ୍ଲା ଅତି ସାଧାରଣ ପରିବାରର ଥିଲେ। ବାପା ପନିପରିବା ବିକ୍ରି କରୁଥିଲେ ଏବଂ ଘର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ବାପାଙ୍କ କାନ୍ଧ ଉପରେ ଥିଲା ୯ ପିଲାଙ୍କ ଦାୟିତ୍ୱ। ପିଲାଦିନୁ ସେ ଧାର୍ମିକ ଥିଲା। କିନ୍ତୁ ୧୯୭୫ ଯୁଦ୍ଧ ନସରାଲ୍ଲାକୁ ପ୍ରଭାବିତ କରିଥିଲା। ଇସ୍ରାଏଲ ବିରୋଧୀ ଚିନ୍ତାଧାରା ଜାଗି ଉଠିଥିଲା। ନସରାଲ୍ଲାକୁ ମାତ୍ର ୧୬ ବର୍ଷ ବୟସରେ ତାର ଦକ୍ଷତାକୁ ବୁଝିପାରିଥିଲେ ହେଜବୁଲ୍ଲାର ପୂର୍ବତନ ମୁଖ୍ୟ ଅବ୍ବାସ ଅଲ-ମୁସାୱି। 

ସମୟ ସହିତ, ମୁସାବି ଏବଂ ନସରାଲ୍ଲାଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବାରେ ଲାଗିଲା। ୧୯୯୨ରେ ହେଲିକପ୍ଟର ହମଲାରେ ମୁସାବିକୁ ହତ୍ୟା କରାଯାଇଥିଲା। ଗୁରୁଙ୍କ ମୃତ୍ୟୁ ପରେ, ନସରାଲ୍ଲା ହେଜବୁଲାର କମାଣ ସମ୍ଭାଳିଥିଲେ। ୩୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ, ନସରାଲ୍ଲା ହେଜବୁଲ୍ଲାକୁ ଅଧିକ ଶକ୍ତିଶାଳୀ କରିଥିଲା। ଯାହା ଇସ୍ରାଏଲ୍ ପାଇଁ ସାଜିଥିଲା ବିପଦ। ନସରାଲ୍ଲାର କାର୍ଯ୍ୟକାଳ ମଧ୍ୟରେ ହେଜବୁଲ୍ଲା ଲେବାନନ ସରକାରରେ ମଧ୍ୟ ଏଣ୍ଟ୍ରି ମାରିଥିଲା। 

୨୦୦୬ରେ ଇସ୍ରାଏଲ ସହିତ ଯୁଦ୍ଧ ପରଠାରୁ ନସରାଲ୍ଲା ଲୁଚି ରହିଥିଲା। ସବୁଠୁ ବଡ଼ କଥା ନିଜକୁ ବଞ୍ଚାଇବା ପାଇଁ ନସରାଲ୍ଲା ବଙ୍କରରେ ରୁହେ ନାହିଁ ବରଂ ଶୋଇବା ସ୍ଥାନ ବଦଳାଇ ଚାଲେ। ସୁରକ୍ଷା ପାଇଁ କୌଣସି ସ୍ଥାନକୁ ସେ ଯାଇପାରେ। ହେଜବୁଲ୍ଲା ମୁଖ୍ୟ ନସରାଲ୍ଲା ନିଜ ରହିବା ସ୍ଥାନକୁ ସବୁବେଳେ ଲୁଚାଇ ରଖେ।  ସେପ୍ଟେମ୍ବର ୧୯ରେ ନସରାଲ୍ଲା ଇସ୍ରାଏଲର ପେଜର୍ସ ହମ୍‌ଲା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା।

ନସରାଲ୍ଲାଙ୍କର ପାଞ୍ଚ ସନ୍ତାନ ଥିଲେ, କିନ୍ତୁ ବଡ଼ପୁଅ ଇସ୍ରାଏଲ ସହିତ ଯୁଦ୍ଧରେ ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ପୁଅକୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ହେଜବୁଲ୍ଲାର ମୁଖ୍ୟ ହେବା ନସରାଲ୍ଲାର ଏକମାତ୍ର ପରିଚୟ ନୁହେଁ। ନସରାଲ୍ଲା ଆବୁ ହାଡି ନାମରେ ମଧ୍ୟ ଜଣାଶୁଣା। 

ହେଜଜବୁଲାର କମାଣ ସମ୍ଭାଳିବା ପରେ ନସରାଲ୍ଲା ଧୀରେ ଧୀରେ ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବାକୁ ଲାଗିଲା। ଇସ୍ରାଏଲ ସହିତ ଯୁଦ୍ଧରେ ନସରାଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନସରାଲ୍ଲାଙ୍କ ନେତୃତ୍ୱରେ ହୋଇଥିବା ଯୁଦ୍ଧରେ ଦକ୍ଷିଣ ଲେବାନନରୁ ଦଖଲକୁ ହଟାଇବାକୁ ବାଧ୍ୟ ହୋଇଥିଲା ଇସ୍ରାଏଲ।

ନାସରାଲ୍ଲାଙ୍କ ଦବଦବା କେବଳ ହେଜବୁଲ୍ଲାରେ ନୁହେଁ ବରଂ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଇଥିଲା। ୨୦୦୬ରେ, ଇସ୍ରାଏଲ ସହିତ ହୋଇଥିବା ୩୪ ଦିନିଆ ଯୁଦ୍ଧରେ ଏହା ବିଜୟ ଘୋଷଣା କରିଥିଲା। ନସରାଲ୍ଲାର ମୃତ୍ୟୁ ପରେ ଆତଙ୍କୀଙ୍କ ଉପରେ ବଡ଼ ବିଜୟ ହାସଲ କରିଛି ଇସ୍ରାଏଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.