LIVE TV

କେବଳ ମିଛ କହିବାରେ ବିଜେପି ନେତା ପିଏଚଡି କରିଛନ୍ତି, ନବୀନ ବାବୁଙ୍କ ଉଦ୍ୟମ ପାଇଁ ନୂଆପଡ଼ାର ଉନ୍ନତି ହୋଇଛି

NEWS7
very-heavy-rainfall-predictions-for-odishas-balasore-bhadrak-kendrapara

ଭୁବନେଶ୍ବର ୧୦: ଜୟଙ୍କ ପରାଜୟ ସୁନିଶ୍ଚିତ ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ସେ ଆହୁରି ମଧ୍ୟ ଉପାଖ୍ୟାନ କରି କହିଛନ୍ତି, ଶୀତ ଋତୁ ଆସିଲା ବୋଲି ବସନ୍ତକୁ ଭୁଲିଗଲେ ଆମର ମହାନାୟକ ଆସିଲେ ଏଠିକାର ଟେମ୍ପର କିପରି ବଢିବ ବୋଲି ସେ କହିଛନ୍ତି ।

ଚିନ୍ମୟ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆସି ଯେଉଁ ବାର୍ତ୍ତା ଦେଇଛନ୍ତି, ସେଥିରେ ନୂଆପଡ଼ାବାସୀଙ୍କୁ ନ୍ୟୁନ କରାଯାଇଛି ୧୫ ମାସ ତଳେ ନୂଆପଡ଼ାବାସୀ ୬୧ ହଜାର ଭୋଟ୍ ବିଜେଡିକୁ ଦେଇଥିଲେ । ୧୧ ତାରିଖରେ ତାର ପ୍ରତିଫଳନ ଦେଖିବେ । ବର୍ତ୍ତମାନ ବିଜେପିରେ ଆଲୋଚନା ହେଉଛି ଶୀତ ଋତୁ ଆସିଲା ବୋଲି ବସନ୍ତକୁ ଭୁଲିଗଲେ । ବସନ୍ତ ଓ ଆମଦାନୀ ନେତାଙ୍କୁ କିପରି ଥଇଥାନ କରିବେ, ତାକୁ ଚିନ୍ତା କରନ୍ତୁ । ଆମ ମହାନାୟକ ଆସିଲେ ଏଠିକାର ଟେମ୍ପର କିପରି ବଢିବ ଦେଖିବେ । ବିଜେପି ସଭାପତି କହିଛନ୍ତି ମେଡିକାଲ କଲେଜ କରିବେ । ଏହା ପୂର୍ବରୁ ନବୀନ ସରକାର କହିଥିଲେ । ନୂଆ ସରକାରକୁ ୧୫ ମାସ ହେଲାଣି, ହେଲେ ଏଯାଏଁ କାହିଁକି କରିପାରିଲେ ନାହିଁ । କେବଳ ମିଛ କହିବାରେ ବିଜେପି ନେତା ପିଏଚଡ଼ି କରିଛନ୍ତି । ନବୀନ ବାବୁଙ୍କ ଉଦ୍ୟମ ପାଇଁ ନୂଆପଡ଼ାର ଉନ୍ନତି ହୋଇଛି । ଜୟ ଢୋଲକିଆ ବିଶ୍ୱାସ ଘାତକ କରି ଯାଇଛନ୍ତି । ସେଥିପାଇଁ ନୂଆପଡାବାସୀ ମର୍ମାହତ । ଜୟଙ୍କ ପରାଜୟ ସୁନିଶ୍ଚିତ । ସାଧାରଣ ଲୋକ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ନବୀନ ବାବୁ ଯାହା ମୁଣ୍ଡରେ ହାତ ଦେବେ ସେ ଫ୍ରଣ୍ଟ ଲାଇନ ନେତା । ବିଜେଡି ପ୍ରାର୍ଥୀ ଜଣେ ଦକ୍ଷ ନେତା ବୋଲି ଚିନ୍ମୟ ସାହୁ କହିଛନ୍ତି