କନ୍ଧମାଳ: କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ପରଲୋକ। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। କଂଗ୍ରେସ ଦଳରୁ ସେ ତିନିଥର ଏମପି ଓ ଥରେ ଏସସି କମିଶନ ସଦସ୍ୟ ଥିଲେ।
ସେ ତିନି ଥର ସାଂସଦ ହୋଇଥିଲେ। ୧୯୮୦ ରୁ ୧୯୮୫, ୧୯୯୧ ରୁ ୧୯୯୬ ଓ ୧୯୯୬ ରୁ ୧୯୯୮ ସାଂସଦ ଥିଲେ। କଂଗ୍ରେସ କେନ୍ଦ୍ର ସରକାର ସମୟରେ ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ଜାତୀୟ କମିଶନ ସଦସ୍ୟ ଥିଲେ।