ଭିଜିଲାନ୍ସ ଜାଲରେ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଓଭର୍ସିଅର, ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | August 03, 2024 IST

ସୋନପୁର ୩: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ଓଭର୍ସିଅର ସୁଧାଂଶୁ ଶେଖର ରଣା ଭିଜିଲାନ୍ସ ପଞ୍ଝାରେ । ଜଣେ ବ୍ୟକ୍ତିଙ୍କ ଠାରୁ ଫାର୍ମପଣ୍ଡର ମଷ୍ଟର ରୋଲ ପ୍ରସ୍ତୁତ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଲାଞ୍ଚ ଟଙ୍କା ନେଇ ଆସୁଥିବା ବେଳେ ତାଙ୍କୁ ପଟାଭାଡ଼ି ସ୍ଥିତ ସୁରେନ୍ଦ୍ର ସାଏ ଛକରେ ସୋନପୁର ଓ ବରଗଡ଼ ଭିଜିଲାନ୍ସ ବିଭାଗ ମାଡିବସିଥିଲା । ତାଙ୍କ ଠାରୁ ପ୍ରଲେପ ଦିଆ ଟଙ୍କା ଉଦ୍ଧାର କରି ତାଙ୍କୁ ଅଟକ ରଖିବା ସହିତ ଏବେ ସୁଧାଂଶୁଙ୍କ ଉଲୁଣ୍ଡା ସ୍ଥିତ କାର୍ଯ୍ୟାଳୟ ଓ ଘରେ ଅଧିକ ତଲାସୀ ଜାରି ରଖିଛି ଭିଜିଲାନ୍ସ ।

You Can Read:

ବର୍ତ୍ତମାନ BSKY ଜାରି ରହିବ, ପର୍ଯ୍ୟାୟକ୍ରମେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା : ସ୍ବାସ୍ଥ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.