ବନ୍ଧାହେଲେ ବୋଲଗଡ ଜେଇ ନୃସିଂହ ନାଥ ପ୍ରଧାନ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

Published By : Prameya-News7 Bureau | July 06, 2024 IST

ଖୋର୍ଦ୍ଧା ୬।୭: ଭିଜିଲାନ୍ସ ଜାଲରେ ଜେଇ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଜେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବୋଲଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ୧୯ ହଜାର ୨ ଶହ ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ନୟାଗଡ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ନୃସିଂହଙ୍କ ସରକାରୀ ବାସଭବନରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । 

ଉଲ୍ଲେଖଯୋଗ୍ୟ ଯେ, ଖଙ୍ଗୁରିଆ କୋଠଘର ନିର୍ମାଣ ପରେ ବିଲ୍ କରାଇ ଦେବାକୁ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ନୟାଗଡ ଭିଜିଲାନ୍ସ ଟିମ୍ ତନାଘନା ଆରମ୍ଭ କରିଥିଲା । ପୂର୍ବ ଯୋଜନା ମୁତାବକ ନୃସିଂହ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।

You Can Read:

ସିକ୍ୟୁରିଟି ଏଜେନ୍ସୀର ମନମାନି : ନକଲି ସାର୍ଟିଫିକେଟ୍‌ରେ ମିଳୁଛି ନିଯୁକ୍ତି, କମ୍ ଦରମା ମିଳୁଥିବା ଅଭିଯୋଗ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.