ଝାରସୁଗୁଡ଼ା ୩।୧୨: ଝାରସୁଗୁଡା ପୌର ପରିଷଦରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ମଶା ତେଲ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ଚାଲିଛି କାଗଜପତ୍ର ଯାଞ୍ଚ । ଝାରସୁଗୁଡା ପୌର ପରିଷଦରେ ଗତ ମାର୍ଚ୍ଚ ୨୦୨୩ ମସିହାରୁ ନଭେମ୍ବର ୨୦୨୩ ମଧ୍ୟରେ ୭ ହଜାର ୫ଶହ ଲିଟର ମଶା ତେଲକୁ ୫୫ ଲକ୍ଷ ୫୦ ହଜାର ଟଙ୍କାରେ ଫ୍ୟୁଜନ ଗ୍ରୁପ ନାମକ ସଂସ୍ଥା ଠାରୁ କିଣା ଯାଇଥିଲା । କିନ୍ତୁ ଏହା ପୂର୍ବରୁ ୨୦୧୯ରୁ ୨୦୨୨ ମଧ୍ୟରେ ଲିଟର ପିଛା ମାତ୍ର ୭୭ ଟଙ୍କାରେ କିଣା ଯାଇଥିବା ତେଲ ଦର ହଠାତ ୧୦ ଗୁଣ ବଢି ଯାଇଥିଲା ବୋଲି ପ୍ରଶ୍ନ ଉଠିଲା । ଏହାପରେ ପୁଣି ହୋଇଥିବା ଟେଣ୍ଡରରେ ଏହି ତେଲକୁ ୪୨୩ ଟଙ୍କାରେ ଦେବାକୁ ଫ୍ୟୁଜନ ଗ୍ରୁପ ଦେବାକୁ ରାଜି ହେବା ଏହି ଦୁର୍ନୀତିକୁ ଖୋଲିବାରେ ସହାୟକ ହୋଇଛି । ମଙ୍ଗଳବାର ସକାଳୁ ଏହି ତେଲ କିଣାକୁ ନେଇ ଭିଜିଲାନ୍ସ ଯାଞ୍ଚ ଚାଲିଥିବା ସ୍ୱୀକାର କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷା ।
You Can Read:
୫ ବର୍ଷରେ ୩୪ଟି କଲରାପତରିଆ ଏବଂ ୩ଟି ମହାବଳ ବାଘର ମୃତ୍ୟୁ : ବିଭାଗୀୟ ମନ୍ତ୍ରୀ