ଲାଞ୍ଚ ନେଇ ଧରାପଡିଗଲେ ଶ୍ରୀମୁଖ ବାଗ୍, ଥାନାରୁ ଚମ୍ପଟ ମାରିଲେ ଏଏସ୍ଆଇ

Published By : Prameya-News7 Bureau | December 27, 2024 IST

କଳାହାଣ୍ଡି ୨୭।୧୨ : ଲାଞ୍ଚ ନେଇ ଧରାପଡିଲେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ୍‌ । ହେଲେ ଖସିଗଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାରେ ଘଟିଛି ଏହି ଘଟଣା । 

ଖବର ଅନୁଯାୟୀ, ଏକ ମାମଲା ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କ ଠାରୁ ଲାଞ୍ଚ ନେଉଥିଲେ ପୋଲିସ । ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ଜରିଆରେ ଲାଞ୍ଚ ମାଗିଥିଲେ ଜୁନାଗଡ଼ ଥାନା ଏଏସ୍‌ଆଇ । ଏସଂପର୍କରେ ଖବର ପାଇ ଆକ୍ସନକୁ ଆସିଥିଲା ଭିଜିଲାନ୍ସ । ତେବେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଗ୍ରାମରକ୍ଷୀଙ୍କୁ ଧରିଥିବା ବେଳେ ଥାନାରୁ ଚମ୍ପଟ ମାରିଛନ୍ତି ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.