ଭୋଗରାଇ ୫।୧୦: ସ୍କୁଲରେ ଭିଜିଲାନ୍ସ ଚଢାଉ । ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବଗଡ଼ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କା ସ୍କୁଲ କାର୍ଯ୍ୟ ପାଇଁ ଆସିଥିଲା । ମାତ୍ର କିଛି ଅଳ୍ପ ଟଙ୍କାରେ ନିମ୍ନମାନର କାର୍ଯ୍ୟ କରାଯାଇ ସମ୍ପୂର୍ଣ୍ଣ ଟଙ୍କାକୁ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୌତମ ଦେ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସ ଟିମ୍ ସ୍କୁଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରି ଅଧିକ ପଚରାଉଚରା ଚଳାଇଛନ୍ତି । ବିଦ୍ୟାଳୟରେ ଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହୋଇଛି ।
You Can Read: