ରାଇରଙ୍ଗପୁର ୧।୬: ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ସବୁଆଡେ ଉତ୍ସାହ ଓ ଆନନ୍ଦର ମାହୋଲ । ନିଜ ନିଜ ବୁଥକୁ ଯାଇ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । କିନ୍ତୁ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇନାହାନ୍ତି ସାରସକଣା ନିର୍ବାଚନମଣ୍ଡଳୀ ଖନ୍ତ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମବାସୀ । ଦୀର୍ଘ ଦିନରୁ ରାଜସ୍ବ ଗ୍ରାମ ପାଇଁ ଦାବି କରି ଆସୁଥିଲେ ରାମଚନ୍ଦ୍ରପୁର ବାସିନ୍ଦା । ୩ ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ୧୫୦୦ ଭୋଟର ଏଠାରେ ରହିଛନ୍ତି । ପ୍ରଶାସନଙ୍କ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହେବା ପରେ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇ ଭୋଟ୍ ବର୍ଜନ ଜାରି ରଖିଛନ୍ତି ।
You Can Read :
ତତଲା କଡେଇରେ ଭାଜି ହେଉଛି ସାରା ସୁବର୍ଣ୍ଣପୁର, ବିନିକାରେ ଜନଜୀବନ ଅସ୍ତବ୍ୟସ୍ତ