ଭଦ୍ରକରେ ଆପତ୍ତିଜନକ ପୋଷ୍ଟରୁ ଉତ୍ତେଜନା,୭ ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | September 27, 2024 IST

ଭଦ୍ରକ ୨୭/୯: ସଣ୍ଠିଆ ନିକଟରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ଉତ୍ତେଜନା ପରେ ୧୬୩ ଜାରି କଲା ପ୍ରଶାସନ। ତୁରନ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ । ପୁରୁଣା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ଘୋଷଣା କରାଯାଇଛି । ଅଘଟଣ ଆଶଙ୍କାରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। 

ଫେସବୁକରେ ହୋଇଥିବା ଆପତ୍ତିଜନକ ପୋଷ୍ଟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଗୋଷ୍ଠୀ ଅପରଗୋଷ୍ଠୀ ଉପରକୁ ପଥର ମାଡ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପୋଲିସ ଉପରକୁ ମଧ୍ୟ ପଥରମାଡ ହୋଇଥିଲା । ପଥରମାଡରେ ଟାଉନ ଥାନା ଏସ୍‌ଆଇ ଗୁରୁତର ହୋଇଛନ୍ତି । ଏଥିସହ ତହସିଲଦାରଙ୍କ ଗାଡି ଭାଙ୍ଗିଯାଇଛି । ରାସ୍ତାରେ ମଧ୍ୟ ପୋଡାଜଳା ହୋଇଥିଲା । ଉତ୍ତେଜନା ବଢୁଥିବାରୁ ନିୟନ୍ତ୍ରଣ ପାଇଁ ଘଟଣା ଉପରେ ନଜର ରଖିଛି ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.