ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ଫସିଛନ୍ତି ଓଡ଼ିଶା, ଉଦ୍ଧାର ପାଇଁ କେନ୍ଦ୍ରକୁ ନିବେଦନ କଲେ ନବୀନ

NEWS7
vk-pandian-challenge-bjp-to-declare-cm-candidate-for-odish

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ। ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍। ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ଏକ୍ସରେ ପୋଷ୍ଟ କରି କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେ ଲେଖିଛନ୍ତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଓଡିଶାର ଅନେକ ଲୋକ ଫସି ରହିଛନ୍ତି, ଯେଉଁଥିରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅନେକ ଲୋକ ଗୁରୁତର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି, ଏବଂ ସେମାନେ ଜରୁରୀ ସହାୟତା ପାଇଁ ଦେଶକୁ ଚାହିଁ ରହିଛନ୍ତି।

ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ଏହି ଗୁଳିକାଣ୍ଡରେ ଫସିଥିବା ସମସ୍ତ ଓଡ଼ିଆଙ୍କ ସୁରକ୍ଷିତ ସ୍ଥାନାନ୍ତର ଏବଂ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଶୀଘ୍ର ପଦକ୍ଷେପ କେବଳ ଜୀବନକୁ ସୁରକ୍ଷା ଦେବ ନାହିଁ ବରଂ ନିଜ ପ୍ରିୟଜନଙ୍କ ମଙ୍ଗଳ ବିଷୟରେ ଶୁଣିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ଅଗଣିତ ପରିବାରକୁ ମଧ୍ୟ ଆଶ୍ଵସ୍ତ କରିବ।

ସୂଚନାଯୋଗ୍ୟ, ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି। ତେହରାନ ଉପରେ ଇସ୍ରାଏଲ ଓ ଆମେରିକା ଘନ ଘନ ମିସାଇଲ ମାଡ଼ କରି ଚାଲିଛନ୍ତି। ଜବାବରେ ଇରାନ ସାଉଦି ଆରବ, କୁଏତ, ୟୁଏଇରେ ଥିବା ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି।