LIVE TV
LIVE TV

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଆରମ୍ଭ, ଗୁରୁତର ରୋଗୀଙ୍କ ଚିକିତ୍ସା କଲେ ଡାକ୍ତରୀ ଟିମ୍

NEWS7
vk-pandian-challenge-bjp-to-declare-cm-candidate-for-odish

ମାଲକାନଗିରି ୩।୧୨: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । କଟକ ମେଡିକାଲ କଲେଜର ୬ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଏକ ସ୍ବତନ୍ତ୍ର ବିମାନରେ ଆସି ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଛି । ପରେ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଗୁରୁତର ରୋଗୀଙ୍କ ସେବା ଆରମ୍ଭ କରିଛନ୍ତି ଏହି ଡାକ୍ତରୀ ଟିମ୍ ।

ଏହି ଟିମ୍ରେ ରହିଛନ୍ତି ଆନେସ୍ଥେସିଆ ବିଭାଗର ଡାକ୍ତର କମଳାକାନ୍ତ ବାରିକ, ୟୁରୋଲୋଜି ବିଭାଗର ଶଶାଙ୍କ ମହାପାତ୍ର, କାର୍ଡିଓଲୋଜି ବିଭାଗର ବିଶ୍ବ ବିକାଶ ମିଶ୍ର, ଗାଷ୍ଟ୍ରୋଲୋଜି ବିଭାଗର ଶୁଭମ ବେହେରା, ନେଫ୍ରୋଲୋଜି ବିଭାଗର ରୁଚିକା ମଲ୍ଲିକ ଓ ନ୍ୟୁରୋଲୋଜି ବିଭାଗର ପଲ୍ଲବୀ ଦାଶ । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ୪ ଦିନ ଧରି ଚାଲିବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ପ୍ରଥମ ଦିନରେ ଆଜି ଦୁଇ ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ନାମ ପଞ୍ଜିକୃତ ହୋଇଛି । ଦୂର ଦୂରାନ୍ତକୁ ଯାଇ ଗୁରୁତର ରୋଗୀ ମାନେ ଅଧିକା ଅର୍ଥ ଖର୍ଚ୍ଚ କରି ଚିକିତ୍ସା ହୋଇ ପାରୁନଥିବା ବେଳେ ଏଠାରେ ଆସି ବେଶ ଖୁସି ହୋଇଛନ୍ତି ।